ଇମ୍ରାନ ଖାନ୍‌ ପାକିସ୍ତାନ ପାଇଁ ବିପଦ, ବିଦେଶ ଯିବା ଉପରେ ଲାଗୁ ରୋକ

ଇସାଲାମାବାଦ,୨୭।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସବୁଆଡୁ ତାଙ୍କୁ ବିଫଳତାର ସାମ୍ନା କରିବାକୁ ପଡିଛି। ଏଥିପାଇଁ ଇମ୍ରାନଙ୍କୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଛି। ବିପକ୍ଷ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ନେତା ମୁସ୍ତଫା ନଓ୍ବାଜ ଖୋଖର ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ଇମ୍ରାନ ପାକିସ୍ତାନ ପାଇଁ ବିପଦ, ତାଙ୍କ ବିଦେଶ ଯିବା ଉପରେ ରୋକ ଲଗାଯିବା ଉଚିତ୍‌। ସେ ଯେବେ ବି ବିଦେଶ ଗସ୍ତରେ ଯାଉଛନ୍ତି, ଦେଶ ପାଇଁ ମୁଣ୍ଡବିନ୍ଧା ନେଇ ଆସୁଛନ୍ତି। ଏହାକୁ ଭାରତୀୟ ମିଡିଆ ପାକିସ୍ତାନକୁ ତାତ୍ସଲ୍ୟ ମଧ୍ୟ କରୁଥିବାର ସେ କହିଛନ୍ତି।

Share