Advertisement

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। ଟ୍ୟୁମର ଚିକିତ୍ସା ସାରି ଭାରତ ଫେରିଥିବା ଇରଫାନ ିଜ ଆଗାମୀ ଫିଲ୍ମ ‘ଇଂଲିଶ ମିଡିୟମ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ରାଜସ୍ଥାନର ଉଦୟପୁରରେ ଫିଲ୍ମର ଶୁଟିଂ ଚାଲିଥିବାବେଳେ ଇରଫାନଙ୍କୁ ଦେଖିବା ପାଇଁ ତାଙ୍କ ଫ୍ୟାନମାନେ ଶୁଟିଂ ଶେଟରେ ଭିଡ ଜମାଇଛନ୍ତି। ଏଥିରେ ଫିଲ୍ମ ନିର୍ମାତା ଚିନ୍ତାରେ ପଡିଛନ୍ତି। ବାଧ୍ୟ ହୋଇ ଅଧିକ ସୁରକ୍ଷା ମଗାଯାଇଛି। ନିଜର ଦମଦାର ଅଭିନୟ ଲାଗି ଖୁବ୍‌କମ ଦିନରେ ଲୋକପ୍ରିୟତା ହାସଲ କରିଥିବା ୫୨ବର୍ଷିୟ ଅଭିନେତା ଇରଫାନ ଖାନ ଗତକିଛି ଦିନ ହେବ ନ୍ୟୁରୋ ଏଣ୍ଡ୍ରୋକ୍ରାଇନ ଟ୍ୟୁମରରେ ପୀଡିତ ଅଛନ୍ତି। ଚିକିତ୍ସା ଲାଗି ଅନେକ ସମୟରେ ସେ ବାହାରେ ରହୁଥିଲେ। ସୁସ୍ଥ ହୋଇ ଭାରତ ଫେରିବା ପରେ ‘ଇଂଲିଶ ମିଡିୟମ’ ଶୁଟିଂ କରୁଛନ୍ତି। ସୂଚନାଯୋଗ୍ୟ, ଫିଲ୍ମ ‘ହିନ୍ଦି ମିଡିୟମ’ ସିକ୍ୱେଲ ହେଉଛି ‘ଇଂଲିଶ ମିଡିୟମ’। ଏହି ଫିଲ୍ମରେ ଇରଫାନଙ୍କ ବ୍ୟତୀତ କରିନା କପୁର ଲିଡ୍‌ ରୋଲରେ ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share