ଇରାକ୍‌ରେ ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ

ର୍କିକୁକ(ଇରାକ),୫।୯: ତାଲିବାନ୍‌ ଆତଙ୍କବାଦୀ ସଙ୍ଗଠନ ଆଫ୍‌ଗାନିସ୍ତାନ ଦଖଲ ପରେ ବର୍ତ୍ତମାନ ଇରାକ୍‌ରେ ଆତଙ୍କବାଦୀ ଆଇଏସ୍‌ଆଇଏସ୍‌ର ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କ ଗୁଳିରେ ୧୩ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଉତ୍ତର ଇରାକର କିରଫୁକ ସହରରେ ଏହି କାଣ୍ଡ ଘଟିଛି।

ଇରାକ ପୋଲିସର ଜଣେ ଅଧିକାରୀ କହିଛନ୍ତି, ସହରର ଏକ ଚେକ୍‌ ପଏଣ୍ଟ ନିକଟରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଫୁଟାଇଥିଲେ। ଫଳରେ ଘଟଣାସ୍ଥଳରେ ପୋଲିସ କର୍ମୀଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଜନସାଧାରଣ ଏବଂ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । କିଛିଦିନ ହେଲା ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଇରାକ୍‌ ସେନା ଓ ପୋଲିସକୁ ଟାର୍ଗେଟ କରୁଛନ୍ତି । ଏହା ଚଳିତ ବର୍ଷ ଆତଙ୍କବାଦୀ ସଂଗଠନର ସବୁଠାରୁ ବଡ ଆକ୍ରମଣ।

ସୂଚନା ଯୋଗ୍ୟ, କାବୁଲ ବିମାନବନ୍ଦର ବାହାରେ ହୋଇଥିବା ବୋମା ବିସ୍ଫୋରଣରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ହାତ ଥିବା ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ବିସ୍ଫୋରଣରେ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା।

Share