Categories: ଜାତୀୟ

ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ଫେରିଲେ ୫୩ ଭାରତୀୟ

ନୂଆଦିଲ୍ଲୀ,୧୭।୩(ପି.ଟି.): ସର୍ବାଧିକ କରୋନା ପ୍ରଭାବିତ ମଧ୍ୟପ୍ରାଚ୍ୟ ଦେଶ ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ସୋମବାର ଆଉ ୫୩ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ମହାନ୍‌ ଏୟାର ବିମାନରେ ଆସିଥିବା ଏହି ଭାରତୀୟମାନେ ନୂଆଦିଲ୍ଲୀରେ ଅବତରଣ କରିବା ପରେ ସେମାନଙ୍କୁ ଜୟସାଲମେରସ୍ଥିତ ସେନା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ୪ ଥରରେ ଇରାନରୁ ୩୮୯ ଜଣଙ୍କୁ ଫେରାଇ ଅଣାଗଲାଣି। ସୋମବାର ଫେରିଥିବା ୫୩ ଜଣଙ୍କ ମଧ୍ୟରୁ ୫୨ ଛାତ୍ରୀଛାତ୍ର ଥିବାବେଳେ ଜଣେ ଶିକ୍ଷକ ଅଛନ୍ତି। ଏଥିପାଇଁ ଇରାନରେ ଥିବା ଭାରତୀୟ ଟିମ୍‌ ଏବଂ ଇରାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର।

Share