Categories: ଜାତୀୟ

ଇରାନରୁ ଫେରିଲେ ୪୪ ଭାରତୀୟ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୩(ପି.ଟି.): କରୋନା ସଂକ୍ରମିତ ଇରାନରୁ ଦ୍ୱିତୀୟ ପର୍ଯ୍ୟାୟରେ ୪୪ ଭାରତୀୟ ପର୍ଯ୍ୟଟକ ଫେରିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇରାନ ଏୟାରର ଏକ ବିମାନରେ ଆସିଥିବା ଏହି ତୀର୍ଥଯାତ୍ରୀମାନେ ଶୁକ୍ରବାର ମଧ୍ୟାହ୍ନରେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚତ୍ଛନ୍ତି। ସେମାନଙ୍କୁ ଜୟସାଲମେରସ୍ଥିତ ସେନା କ୍ୱାରାଣ୍ଟାଇନ କେନ୍ଦ୍ରକୁ ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଇରାନରୁ ୫୮ ଭାରତୀୟଙ୍କୁ ଫେରାଇ ଅଣାଯାଇଥିଲା।

Share