Categories: ଜାତୀୟ

ଇରାନରୁ ସ୍ବଦେଶ ବାହୁଡ଼ିଲେ ୫୮ ଭାରତୀୟ

ଗାଜିଆବାଦ,୧୦।୩: ଇରାନରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଠାରେ ଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବାକୁ ଯାଇଥିବା ବାୟୁସେନା ବିମାନ ମଙ୍ଗଳବାର ଗାଜିଆବାଦର ହିଣ୍ଡୋନ୍‌ ଏୟାର ବେସ୍‌ରେ ମଙ୍ଗଳବାର ଅବତରଣ କରିଛି। ଏଥିରେ ୫୮ ଭାରତୀୟ ସ୍ବଦେଶ ବାହୁଡ଼ିଛନ୍ତି। ଭାରତୀୟଙ୍କୁ ଆଣିବା ପାଇଁ ବାୟୁସେନାର ପରିବହନକାରୀ ବିମାନ ସି-୧୭ ଗ୍ଲୋବ୍‌ମାଷ୍ଟର ସୋମବାର ଇରାନ ଅଭିମୁଖେ ଯାତ୍ରା କରିଥିଲା। ଇରାନରୁ ଫେରିଥିବା ସମସ୍ତ ଭାରତୀୟଙ୍କୁ ସ୍କ୍ରିନିଂ କରାଯିବା ପରେ ଛଡ଼ାଯିବ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସୂଚନା ଦେଇଛନ୍ତି।

Share