ଇରାନରେ କରୋନା ନେଲା ୫୧୪ ମୁଣ୍ଡ: ସାଟେଲାଇଟ୍‌ ଫଟୋରେ ମୃତକଙ୍କ କବର

ତେହରାନ,୧୪।୩: ଚାଇନାର ଉହାନରେ ଦେଖାଦେଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ଇରାନରେ ଆତଙ୍କ ସୃଷ୍ଟି କରିଛି। କରୋନା ସଂକ୍ରମଣ ଯୋଗୁ ଇତିମଧ୍ୟରେ ଏଠାରେ ୫୧୪ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦ ହଜାରରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ମୃତକଙ୍କୁ କବର ଦେବା ପାଇଁ ଇରାନରେ ୧୦୦ଏକର ଜମିରେ ନୂଆ କବରସ୍ତାନ କରାଯାଇଛି। ଫେବୃୟାରୀ ୨୧ଠାରୁ ଏଠାରେ ମୃତକଙ୍କୁ କବର ଦିଆଯାଉଛି। ସାଟେଲାଇଟ୍‌ ସହାୟତାରେ ଉଠାଯାଇଥିବା ଫଟୋରୁ ଏହା ଜଣାପଡ଼ିଛି। ଧୀରେଧୀରେ କବର ସଂଖ୍ୟା ବଢୁଥିବା ମଧ୍ୟ କୁହାଯାଉଛି।

Share