Categories: ଜାତୀୟ

ଇରାନରେ ଥିବା ଭାରତୀୟଙ୍କୁ ଏୟାରଲିପ୍ଟ କରିବାକୁ ଚାଲିଛି ପ୍ରସ୍ତୁତି !

ନୂଆଦିଲ୍ଲୀ,୧।୩: ଚାଇନା ଓ ଦକ୍ଷିଣ କୋରିଆ ପରେ ଏବେ ଇରାନରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏବେସୁଦ୍ଧା ଇରାନରେ କରୋନା ଭାଇରସରେ ସଂକ୍ରମିତ ହୋଇ ୪୦ ଜଣଙ୍କ ମୃତ୍ୟୁ ହେଲାଣି। ତେଣୁ ଏବେ ସେଠାରେ ଫଶି ରହିଥିବା ଭାରତୀୟଙ୍କୁ ଏୟାରଲିପ୍ଟ କରିବାକୁ ଭାରତ ପ୍ରସ୍ତୁତ ହେଉଥିବା ଜଣାପଡିଛି। ସୂଚନାଯୋଗ୍ୟ, ଚାଇନାରେ କରୋନା ଭାଇରସ ମହାମାରୀ ଭଳି ବ୍ୟାପିବା ଆରମ୍ଭ କରିଥିବା ବେଳେ ସେଠାରେ ଥିବା ପ୍ରାୟ ୬ଶହ ଭାରତୀୟଙ୍କୁ ଏୟାରଲିପ୍ଟ କରାଯାଇଥିଲା। ଏହାପରେ ସେମାନଙ୍କୁ ସେନା ଯବାନଙ୍କ ଦ୍ୱାରା କରାଯାଇଥିବା ଏକ ଶିବିରରେ ପାଖାପାଖି ୨ ସପ୍ତାହ ରଖିବା ପରେ ସମସ୍ତ ଚିକିତ୍ସା କରାଯାଇ ତାଙ୍କୁ ଘରକୁ ଯିବାକୁ ଅନୁମତି ପ୍ରଦାନ କରାଯାଇଥିଲା।

Share