Categories: ଜାତୀୟ

ଇରାନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ

ନୂଆଦିଲ୍ଲୀ,୧୩।୩(ପି.ଟି.): ଇରାନରେ ଅଟକିଥିବା ଭାରତୀୟ ପର୍ଯ୍ୟଟକମାନଙ୍କୁ ଫେରାଇଆଣିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇରାନର ବିଭିନ୍ନ ପ୍ରଦେଶରେ ୬୦୦୦ରୁ ଅଧିକ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୦ ହେଉଛନ୍ତି ପର୍ଯ୍ୟଟକ। ଏହାବ୍ୟତୀତ ୩୦୦ ଛାତ୍ରୀଛାତ୍ର ଓ ପାଖାପାଖି ୧୦୦୦ ମତ୍ସ୍ୟଜୀବୀ ଅଛନ୍ତି। ସେମାନଙ୍କୁ ଯଥାସମ୍ଭବ ଶୀଘ୍ର ଫେରାଇ ଆଣିବାକୁ ସରକାର ଉଦ୍ୟମ ଚଳାଇଥିବା ବହିର୍ବ୍ୟାପାର ମନ୍ତ୍ରୀ କହିଛନ୍ତି। ୭ ତାରିଖରେ ଇରାନରୁ ୧୦୮ ଭାରତୀୟଙ୍କ ସ୍ବାବ ନମୁନା ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୮ ଜଣଙ୍କଠାରେ ଭୂତାଣୁ ନ ଥିବା ଜଣାପଡିବା ପରେ ୧୦ ତାରିଖରେ ସେମାନଙ୍କୁ ବାୟୁସେନା ବିମାନରେ ଫେରାଇ ଅଣାଯାଇଛି। ଆଉ ୫୨୯ ଜଣଙ୍କ ନମୁନା ପହଞ୍ଚତ୍ଛି। ସେଗୁଡ଼ିକୁ ପରୀକ୍ଷା କରାଯିବା ପରେ ଯେଉଁମାନେ ସଂକ୍ରମିତ ହୋଇ ନ ଥିବେ ସେମାନଙ୍କୁ ଫେରାଇ ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Share