Categories: ଜାତୀୟ

ଇରାନରେ ବିଶାଳ ତୈଳକ୍ଷେତ୍ର ଆବିଷ୍କୃତ

ତେହରାନ,୧୧ା୧୧(ଏଏଫ୍‌ପି): ଇରାନରେ ଏକ ବିଶାଳ ତୈଳକ୍ଷେତ୍ର ଆବିଷ୍କୃତ ହୋଇଛି। ଏହି ଆବିଷ୍କାର ସମ୍ପର୍କରେ ଇରାନ ରାଷ୍ଟ୍ରପତି ହାସନ ରୌହାନି ରବିବାର ଘୋଷଣା କରିଛନ୍ତି। ସେ କହିଛନ୍ତି, ଇରାନ ଉପରେ ଆମେରିକାର କଟକଣା ପରେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବାବେଳେ ଖୁସିର ଖବର ଆସିଛି। ଦକ୍ଷିଣ-ପଶ୍ଚିମରେ ଥିବା ଖୁଜେସ୍ତାନ ପ୍ରଦେଶରେ ଥିବା ଏହି ତୈଳକ୍ଷେତ୍ରରେ ପ୍ରାୟ ୫୩ ବିଲିୟନ ବ୍ୟାରେଲ ଅଶୌଧିତ ତୈଳ ରହିଥିବା ଅନୁମାନ କରାଯାଉଛି। ଖୁଜେସ୍ତାନ ଓ ଇରାକ୍‌ର ଓମିଦିୟେ ସହର ସୀମାନ୍ତରେ ଅବସ୍ଥିତ ତଥା ୨୦୦ କି.ମି ଅଞ୍ଚଳରେ ବିସ୍ତୃତ ଏହି ତୈଳାଶୟର ଗଭୀରତା ୮୦ ମିଟର। ଏହି ତୈଳକ୍ଷେତ୍ରର ଆବିଷ୍କାର ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ। ଇରାନବାସୀଙ୍କୁ ଏହା ସରକାରଙ୍କ ପକ୍ଷରୁ ଏକ ଛୋଟ ଅବଦାନ ବୋଲି ୟାଜ୍‌ଦ ସହରରେ ଟିଭିରେ ରୌହାନି ଘୋଷଣା କରିଛନ୍ତି।

Share