ଇରାନରେ ଭୂକମ୍ପ ଝଟକା

ତେହରାନ,୫।୬: ଇରାନର ପଶ୍ଚିମ ଭାଗ କରମନଶାହ ସହରରେ ବୁଧବାର ୨ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଓ ୪.୯ ରହିଛି। ପ୍ରଥମ ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଓ ଦ୍ୱିତୀୟଟିର କେନ୍ଦ୍ର ୧୧ କିଲୋମିଟର ଗଭୀରତା ରହିଛି। ଏହି ଭୂକମ୍ପରେ କ୍ଷୟକ୍ଷତି ବିଷୟରେ କିଛି ଜଣାପଡ଼ିନାହିଁ। ଅପରପକ୍ଷରେ ଆମେରିକାର ଜିୟୋଲୋଜିକାଲ ସର୍ଭେ ଅନୁସାରେ ପ୍ରଥମ ଭୂକମ୍ପର ତୀବ୍ରତା ୪.୭ ଓ ଦ୍ୱିତୀୟ ଭୂକମ୍ପ ୪.୫ ତୀବ୍ରତା ରେକର୍ଡ କରାଯାଇଛି।

Share