ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌ ମୋଘବେଲୀ ନାସାର ମହାକାଶ ମିଶନରେ ହେବେ ସାମିଲ୍‌

ଓ୍ବାଶିଂଟନ,୧୩।୧: ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ତେବେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ଖୁସି ଖବର ମିଳିଛି। ମୂଳ ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌ ମୋଘବେଲୀ ନାସାର ଚନ୍ଦ୍ର କିମ୍ବା ଶୁକ୍ର ମିଶନରେ ସାମିଲ୍‌ ହେବାର ସମ୍ଭାବନା ରହିଛି। ସେ ଇତିମଧ୍ୟରେ ଆବଶ୍ୟକ ତାଲିମ ପୂରଣ କରି ସାରିଛନ୍ତି। ୩୬ ବର୍ଷ ବୟସ୍କ ଜସ୍ମିନ୍‌ ହେଲିକପ୍ଟର ଗନ୍‌ଶିପ୍‌ ପାଇଲଟ୍‌ ଭାବେ ଆଫଗାନିସ୍ତାନରେ ୧୫୦ ମିଶନ ପୂରଣ କରିଛନ୍ତି। ନାସାର ମହାକାଶ ମିଶନ ପାଇଁ ୧୮ ହଜାର ଆବେଦନ ପତ୍ର ଆସିଥିଲା। ସେଥିମଧ୍ୟରୁ ଜସ୍ମିନ୍‌ ଏବଂ ଅନ୍ୟ ୧୧ ଜଣଙ୍କୁ ନାସା ପକ୍ଷରୁ ଚୟନ କରାଯାଇଥିଲା। ସୂଚନାଯୋଗ୍ୟ, ଜସ୍ମିନ୍‌ଙ୍କ ଜନ୍ମ ଜର୍ମାନୀରେ ହୋଇଥିଲା। ୧୯୭୯ରେ ତାଙ୍କ ପରିବାର ସଦସ୍ୟ ଇରାନକୁ ପଳାଇ ଆସିଥିଲେ। ସେ ନ୍ୟୁୟର୍କରେ ପାଠପଢ଼ା ଶେଷ କରିଥିଲେ। ତାଙ୍କୁ ୧୫ ବର୍ଷ ହୋଇଥିବାବେଳେ ସେ ଏକ ସ୍ପେସ୍‌ କ୍ୟାମ୍ପ୍‌ରେ ଯୋଗଦେଇଥିଲେ। ୨୦୦୫ରେ ସେ ସୈନ୍ୟ ବାହିନୀରେ କମିଶନ ପଦ ପ୍ରାପ୍ତ କରିଥିଲେ।

Share