ଇରାନ୍‌ରେ ଭୂକମ୍ପ

ତେହେରାନ୍‌, ୮।୭: ଇରାନ୍‌ର ପଶ୍ଚିମ ଅଞ୍ଚଳରେ ସୋମବାର ଭୂକମ୍ପ ଅନୁଭୁତ ହୋଇଛି। ସ୍ଥାନୀୟ ଅହଭାଜ୍‌ ଅଞ୍ଚଳରେ ଏହା ହୋଇଥିବା କୁହାଯାଉଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂଗର୍ଭର ୧୦ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିବା ଅନୁମାନ କରାଯାଉଛି। ଭୂକମ୍ପ ହେବାରୁ ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି।

Share