ଇରାନ୍‌ ଉପରେ ଆକ୍ରମଣ କରିବାକୁ ଚାହେଁନା ଆମେରିକା: ଟ୍ରମ୍ପ୍‌

ଓ୍ବାଶିଂଟନ,୬।୬: ଆମେରିକା ଇରାନ୍‌ ଉପରେ ଆକ୍ରମଣ କରିବାକୁ ଚାହେଁନା। ତେବେ ଏଭଳି ସମ୍ଭାବନା ସବୁବେଳେ ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ଇରାନ୍‌ର ପରମାଣୁ ଅସ୍ତ୍ର କ୍ଷମତା ନେଇ ଦୁଇ ଦେଶ ମଧ୍ୟରେ ସମସ୍ୟା ରହିଛି। ତେବେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଆବଶ୍ୟକ ବୋଲି ଟ୍ରମ୍ପ୍‌ କହିଛନ୍ତି। ଇତିମଧ୍ୟରେ ଏହାକୁ ନେଇ ଆମେରିକା ଇରାନ୍‌ରୁ ପେଟ୍ରୋଲିୟମ୍‌ ଉତ୍ପାଦ ରପ୍ତାନୀ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଯାଇଛି। ଏହା ସହିତ ଆମେରିକା ଇରାନ୍‌ ସମୁଦ୍ର ତଟରେ ଯୁଦ୍ଧ ଜାହାଜ ମଧ୍ୟ ପ୍ରସ୍ତୁତ କରି ରଖିଛି। ଦୁଇଦେଶ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ନେଇ ଅନ୍ତର୍ଜାତୀୟ ସମୁଦାୟଙ୍କୁ ଯୁଦ୍ଧ ଆଶଙ୍କା ଚିନ୍ତାରେ ପକାଇଥିବା କୁହାଯାଉଛି।

Share