ଇରାନ୍‌ ବିରୋଧରେ କଟକଣା ଜାରି କରି ଆମେରିକା ଅପରାଧ କରିଛି: ରୁହାନି

ତେହରାନ,୧୬।୧୦: ଇରାନ୍‌ ବିରୋଧରେ କଟକଣା ଜାରି କରି ଆମେରିକା ଅପରାଧ କରିଛି। ଏନେଇ ଇରାନ୍‌ ରାଷ୍ଟ୍ରପତି ହସନ୍‌ ରୁହାନି କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କ୍ଷେତ୍ରୀୟ କମିଟିର ୬୬ତମ ବାର୍ଷିକ ବୈଠକରେ ଯୋଗଦେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସୌଦିର ଚାପରେ ଆମେରିକା ଏପରି କରିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ରୁହାନି କହିଛନ୍ତି। ଇରାନ୍‌, ଆମେରିକା, ଚାଇନା, ରୁଷିଆ, ଜର୍ମାନୀ, ବ୍ରିଟେନ୍‌ ଏବଂ ଫ୍ରାନ୍ସ ମଧ୍ୟରେ ୨୦୧୫ ଜୁଲାଇରେ ଜେସିପିଓଏ ବୁଝାମଣା ହୋଇଥିଲା। ମାତ୍ର ଆମେରିକା ଏହି ବୁଝାମଣାରୁ ବାହାରିଯାଇ ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କୁ ଅପମାନିତ କରିଥିବା ରୁହାନି କହିଛନ୍ତି।

Share