Advertisement

ଇରାନ୍‌ ଯୁଦ୍ଧ ଜାହାଜର ମିଜାଇଲ୍‌ ଲକ୍ଷ୍ୟଚ୍ୟୁତ: ୨୦ରୁ ଅଧିକ ନାବିକ ମୃତ

ତେହେରାନ,୧୧।୫: ଇରାନ୍‌ରେ ଏକ ଯୁଦ୍ଧ ଜାହାଜର ମିଜାଇଲ୍‌ ଲକ୍ଷ୍ୟଚ୍ୟୁତ ହୋଇଛି। ଏହାଦ୍ୱାରା ଅନ୍ୟ ଏକ ମାଲବାହୀ ଜାହାଜ ଧ୍ୱଂସ ହୋଇଯାଇଛି। ଜାହାଜରେ ୩୦ରୁ ୪୦ ନାବିକ ଥିଲେ। ସେଥିମଧ୍ୟରୁ ୨୦ରୁ ଅଧିକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଯୁଦ୍ଧ ଜାହାଜ ଜମରାନ୍‌ରୁ ଆଣ୍ଟି ଶିପ୍‌ ମିଜାଇଲ୍‌ ନୁର୍‌ର ପରୀକ୍ଷଣ କରାଯାଉଥିବା ସମୟରେ ଏହା ଭୁଲରେ ଅନ୍ୟ ଏକ ମାଲବାହୀ ଜାହାଜ କୋଣାର୍କକୁ ଧ୍ୱଂସ କରିଛି। ଏଥିରେ କୋଣାର୍କର କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଧାର୍ଯ୍ୟ ସମୟ ପୂର୍ବରୁ ମିଜାଇଲ୍‌ର ଉତ୍‌କ୍ଷେପଣ କରାଯାଇଥିଲା। ସେତେବେଳେ ମାଲବାହୀ ଜାହାଜ କୋଣାର୍କ ଲକ୍ଷ୍ୟସ୍ଥଳରୁ ଦୂରକୁ ଯାଇ ନ ଥିଲା। ଫଳରେ ମିଜାଇଲ୍‌ଟି ମାଲବାହୀ ଜାହାଜରେ ବାଜିଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିବା ସହିତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା କାର୍ଯ୍ୟ ଜାରି ରହିଥିବା ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share