ଇରାନ ଆକ୍ରମଣରେ ଶହେ ଆମେରିକା ସେନାଙ୍କ ମସ୍ତିଷ୍କରେ ଲାଗିଛି ଆଘାତ

ଓ୍ବାଶିଂଟନ,୧୧।୨: ଇରାକରେ ଥିବା ଆମେରିକାର ବାୟୁସେନା ଶିବିର ଉପରେ ଇରାନ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଆମେରିକା ସେନାଙ୍କ ଉପରେ ପଡିଥିବା ପ୍ରଭାବ ଏବେ ସାମ୍ମାକୁ ଆସୁଛି। ଆକ୍ରମଣକୁ କିଛି ମାସ ବିତିଯାଇଥିବା ବେଳେ ଏବେ ଆମେରିକା କହିଛି ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ ଆମେରିକାର ଶହେରୁ ଊର୍ଦ୍ଧ୍ୱ ସେନାଙ୍କ ମସ୍ତିଷ୍କରେ ଆଘାତ ଲାଗିଛି। ଏହା ପୂର୍ବରୁ ପେଣ୍ଟାଗନ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଅସୁସ୍ଥ ସେନାଙ୍କ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, କୁର୍ଦ୍ଦସ ସେନାର ମୁଖ୍ୟ ମେଜର ଜେନରାଲ କାସିମ ସୁଲେମାନୀଙ୍କ ମୃତ୍ୟୁ ପରେ ଇନାର ପ୍ରତିଶୋଧ ପରାୟଣ ହୋଇ ଇରାକରେ ଥିବା ଆମେରିକା ଏୟାରବେସ୍‌ ଉପରେ ଆକ୍ରମଣ କରିଥିଲା। ପେଣ୍ଟାଗନ ପକ୍ଷରୁ ସ୍ପଷ୍ଟ କରାଯାଇଛି କି, ଏପର୍ଯ୍ୟନ୍ତ ୧୦୯ ଆମେରିକା ସେନାଙ୍କ ମସ୍ତିଷ୍କରେ ଆଘାତ ଲାଗଥିଲା। ଏମାନଙ୍କ ମଧ୍ୟରୁ ଏବେ ୭୯ଜଣ ପୁଣିଥରେ କାର୍ଯ୍ୟରେ ଯୋଗଦେଇ ସାରିଲେଣି।

Share