ଇରାନ ଖସାଇଲା ଆମେରିକା ଡ୍ରୋନ୍‌

ତେହେରାନ,୨୦ା୬: ଆମେରିକା ସହ ଆଣବିକ ଚୁକ୍ତିନାମା ରଦ୍ଦ ହେବା ପରେ ତେହେରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାନର ରିଭଲ୍ୟୁଶନାରି ଗାର୍ଡ (ଆଇଆର୍‌ଜି) ଗୁରୁବାର ଆମେରିକାର ଏକ ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଛି। ଡ୍ରୋନ୍‌ଟି ଇରାନ ଆକାଶରେ ଉଡୁଥିବା ଆଇଆର୍‌ଜି କହୁଥିବାବେଳେ ଆମେରିକା ଏହାକୁ ଖଣ୍ଡନ କରିଛି। ଡ୍ରୋନ୍‌ ଅନ୍ତର୍ଜାତୀୟ ବାୟୁସୀମାରେ ହରମୁଜ୍‌ ପ୍ରଣାଳୀ ଉପରେ ଉଡୁଥିଲା ବୋଲି ଆମେରିକାର ଦୁଇଜଣ ଅଧିକାରୀ କହିଛନ୍ତି। ଗତ ସପ୍ତାହରେ ଆମେରିକାର ଏକ ଡ୍ରୋନ୍‌କୁ ଇରାନ କ୍ଷେପଣାସ୍ତ୍ର ମାଡ଼ କରି ଖସାଇଦେଇଥିବା ଓ୍ବାଶିଂଟନ ଅଭିଯୋଗ କରିଥିଲା। ସେହିପରି ଓମାନ ଉପସାଗରରେ ଦୁଇଟି ତୈଳବାହୀ ଜାହାଜ ଉପରେ ଆକ୍ରମଣ ଲାଗି ଆମେରିକା ଇରାନକୁ ଦାୟୀ କରିଥିଲା। ଇରାନର ସଦ୍ୟ କାର୍ଯ୍ୟନୁଷ୍ଠାନକୁ ଏକ ବଡ଼ ଭୁଲ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିନ୍ଦା କରିଛନ୍ତି।

Share