ଇରାନ ତେଲ କଟକଣା;ଅର୍ଥନୀତି ଉପରେ ପଡ଼ିବ ପ୍ରତିକୂଳ ପ୍ରଭାବ

ନୂଆଦିଲ୍ଲୀ,୨୪-୪: ଇରାନଠାରୁ ତେଲ ଆମଦାନି ବନ୍ଦ କରିବାକୁ ଭାରତ ସମେତ ୮ ଦେଶକୁ ଆମେରିକା ନିର୍ଦ୍ଦେଶ ଦେବା ପରେ ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡିଛି। ମଙ୍ଗଳବାର ଅଶୋଧିତ ତେଲ ପାଞ୍ଚ ମାସର ସର୍ବୋଚ୍ଚ ସ୍ତର ଛୁଇଁଛି। ଆମେରିକାର ଏଭଳି ନିଷ୍ପତ୍ତି ଭାରତୀୟ ଅର୍ଥ ବ୍ୟବସ୍ଥା ଏବଂ ବିତ୍ତୀୟ ଶୃଙ୍ଖଳା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଜୁନ୍‌ ମାସର ଡେଲିଭରି ଲାଗି ଥିବା ବ୍ରେଣ୍ଟ ଫ୍ୟୁଚର ଅଶୋଧିତ ତୈଳ ଦର ୦.୬% ବୃଦ୍ଧି ଘଟି ବ୍ୟାରେଲ ପିଛା ୭୪.୫୧ ଡଲାର ଛୁଇଁଛି। ୩୧ ଡିସେମ୍ବରରେ ଏହା ବ୍ୟାରେଲ ପିଛା ୫୪.୫୭ ଡଲାର ଥିଲା। ଏହାବାଦ ବ୍ରେଣ୍ଟ ନର୍ଥ ଅଶୋଧିତ ତୈଳ ମଙ୍ଗଳବାର ବ୍ୟାରେଲ ପିଛା ୭୪.୭୦ ଡଲାର ରହିଛି। ଏହା ନଭେମ୍ବର ପରଠାରୁ ସର୍ବୋଚ୍ଚ ସ୍ତର। ଅପରପକ୍ଷରେ ଡବ୍ଲ୍ୟୁଟିଆଇ ମଧ୍ୟ ୬ ମାସର ସର୍ବୋଚ୍ଚ ସ୍ତର ୬୬.୧୯ ଡଲାର ଛୁଇଁଥିବା ଜଣାଯାଇଛି। ଏହାର ପ୍ରଭାବ ଭାରତ ବଜାରର ଅନ୍ୟ କ୍ଷେତ୍ର ଉପରେ ମଧ୍ୟ ଦେଖିବାକୁ ମିଳିଛି।

ଶେୟାର ବଜାର

ସୋମବାର ଆମେରିକାର ଏଭଳି ନିଷ୍ପତ୍ତି ଶେୟାର ବଜାର ଉପରେ ତତ୍କାଳ ପ୍ରଭାବ ପକାଇଛି। ଚଳିତ ବର୍ଷ ଦେଶର ପୁଞ୍ଜିବଜାରରେ ବିଦେଶୀ ନିବେଶକମାନେ ମୋଟ ୬୩,୦୦୦ କୋଟି ଟଙ୍କାର ନିବେଶ କରିଛନ୍ତି। ଅଶୋଧିତ ତୈଳ ଲଗାତର ବୃଦ୍ଧି ଘଟିଲେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରଭାବିତ ହେବ। ଏହା ଦ୍ୱାରା ବିଦେଶୀ ନିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି।

ବିଦେଶୀ ନିବେଶ

ଭାରତ ଏହାର ବ୍ୟବହାର ଲାଗି ୮୦% ତୈଳ ଆମଦାନୀ  କରିଥାଏ। ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଡଲାର ଚାହିଦା ବୃଦ୍ଧି ଘଟିବ। ଟଙ୍କାର ମୂଲ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ। ଟଙ୍କା ଦୁର୍ବଳ ହେବା ଯୋଗୁ ବିଦେଶୀ ନିବେଶକଙ୍କୁ ଡଲାରର ରିଟର୍ନ କମିବ। ଏହା ଯୋଗୁ ନିବେଶ କ୍ଷେତ୍ରରେ ଭାରତ ଏକ ଆକର୍ଷଣୀୟ ବଜାର ହୋଇ ରହିବ ନାହିଁ।

ଚଳନ୍ତି ଖାତା ନିଅଣ୍ଟ

ଆକଳନ ମୁତାବକ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦ ଡଲାର ବଢିଲେ ଏହା ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଉପରେ ପ୍ରତିକୂଳ ସ୍ଥିତି ଉପୁଯାଇବ। ଏହାଯୋଗୁ ସିଏଡି ଦେଶର ଜିଡିପି ତୁଳନାରେ ୦.୪% ବୃଦ୍ଧି ଘଟିପାରେ। ଏହା ଦରଦାମ ଉପରେ ମଧ୍ୟ ୦.୨୦% ପ୍ରଭାବ ପକାଇବ ବୋଲି ଆକଳନ କରାଯାଇଛି।

ରିଜର୍ଭ ବ୍ୟାଙ୍କ ସୁଧହାର

ସିଏଡି ଏବଂ ଦରଦାମ ପ୍ରଭାବିତ ହେଲେ ଏହା ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଉପରେ ପ୍ରଭାବ ପକାଇପାରେ। ଏଭଳି ସ୍ଥିତିକୁ ଦେଖି ରିଜର୍ଭ ବ୍ୟାଙ୍କ ସୁଧହାର ବଢାଇପାରେ। ଫଳରେ ଘରୋଇ ବଜାରର ଅସୁବିଧା ଆହୁରି ବଢିପାରେ। ଜୁନରେ ସୁଧହାର ହ୍ରାସ ହେବା ନେଇ ବଜାର ଆଶା ରଖିଥିବା ବେଳେ ଏହା ଉପରେ ବର୍ତ୍ତମାନର ସ୍ଥିତି କ’ଣ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।

ଶିଳ୍ପଗୁଡିକର ଖର୍ଚ୍ଚ

ଆମେରିକାର ନିଷ୍ପତ୍ତି ଦ୍ୱାରା ରସାୟନ, ଅଟୋମୋବାଇଲ, କଞ୍ଜ୍ୟୁମର ଷ୍ଟେପଲ୍ସ, ପେଣ୍ଟ ଏବଂ ଲୁବ୍ରିକାଣ୍ଟ ଭଳି ଶିଳ୍ପର ପରିଚାଳନା ପୁଞ୍ଜି, କଞ୍ଚାମାଲ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବଢିବ। ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ରୁ ୮୫ ଡଲାର ଛୁଇଁପାରେ। ଏହା ହେଲେ ଶିଳ୍ପଗୁଡିକ କେତେକ ତ୍ୱରିତ ସମସ୍ୟା ସାମ୍ନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଏତିକି ବଢ଼ିପାରେ ଆପଣଙ୍କ ଦରମା

ନୂଆଦିଲ୍ଲୀ,୨୪।୪: ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ସେମାନଙ୍କ ଦରମାରେ ଏକ ବଡ଼ ବୃଦ୍ଧି ଘଟିବ।...

Gold: ସୁନାଦର ଖସିବା ଭିତରେ ଆସିଲା ବଡ଼ ଖବର: ଅକ୍ଷୟ ତୃତୀୟାରେ ଏତେ ଶସ୍ତାରେ ମିଳିବ ସୁନା! ମେକିଂଚାର୍ଜ ପାଇଁ…

ନୂଆଦିଲ୍ଲୀ,୨୩।୫: ଅକ୍ଷୟ ତୃତୀୟା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଦିନ ସୁନା କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ।...

IMF ଆର୍ଥିକ ବର୍ଷ ୨୦୨୬ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କଲା

ନୂଆଦିଲ୍ଲୀ,୨୩।୪: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଆର୍ଥିକ ବର୍ଷ ୨୦୨୬ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ୬.୨%କୁ ହ୍ରାସ କରିଛି। ଏହା ପୂର୍ବବର୍ଷ ଅପେକ୍ଷା...

କଶ୍ମୀର ପର୍ଯ୍ୟଟନକୁ ବଡ଼ ଧକ୍କା, କୋଟି କୋଟି ଟଙ୍କାର କ୍ଷତି ସହିବେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ପହଲଗାମରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଯାହା କଶ୍ମୀରର ପର୍ଯ୍ୟଟନ ଶିଳ୍ପକୁ ଗଭୀର ଆଘାତ ଦେଇଛି।...

ସର୍ବକାଳୀନ ରେକର୍ଡ: ଲକ୍ଷେ ଟପିଗଲା ସୁନା, ଏବେ…

ନୂଆଦିଲ୍ଲୀ,୨୨।୪: ସୁନାର ସର୍ବକାଳୀନ ରେକର୍ଡ। ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ...

୧୮ ବର୍ଷ ବୟସ ପୂର୍ବରୁ Instagram ବ୍ୟବହାର କରିବା ହେଲା କଷ୍ଟକର, Meta ନେଲା ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୪: ଆଜିକାଲି ସବୁ ବୟସର ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। କିନ୍ତୁ ଇନଷ୍ଟାଗ୍ରାମରେ ପିଲା ଏବଂ କିଶୋର ଉପଭୋକ୍ତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି...

୩ ସପ୍ତାହରେ ପ୍ରାୟ ୬,୨୦୦ ଟଙ୍କା ମହଙ୍ଗା ହେଲା ସୁନା, ଏବେର ଦାମ୍‌ ଜାଣିଲେ ଉଡିବ ହୋସ

ନୂଆଦିଲ୍ଲୀ,୨୧।୪: ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଦର। ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି।...

KIA ମୋଟର ପ୍ଲାଣ୍ଟରୁ ନେଇଗଲେ ୯୦୦ ଇଞ୍ଜିନ, ୯ ଜଣ ଗିରଫ

ପେଣୁକୋଣ୍ଡା,୨୧।୪: ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲାରେ ଥିବା ଦକ୍ଷିଣ କୋରିଆର କମ୍ପାନୀ KIA ମୋଟର୍ସର ପେନୁକୋଣ୍ଡା ପ୍ଲାଣ୍ଟରୁ ପ୍ରାୟ ୯୦୦କାର ଇଞ୍ଜିନ ଚୋରି ଘଟଣାରେ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image