ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଭିଜା ଦେଲାନାହିଁ ଆମେରିକା

ଓ୍ବାଶିଂଟନ,୭।୧: ନ୍ୟୁୟର୍କରେ ଆୟୋଜିତ ୟୁନାଇଟେଡ ନେଶନସ୍‌ ସିକ୍ୟୁରିଟି କାଉନସିଲ ମିଟିଂରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିଥାଆନ୍ତେ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍‌। ହେଲେ ଏଥିପାଇଁ ଆମେରିକା ତାଙ୍କୁ ଭିଜା ଦେଇ ନ ଥିବା ସୂଚନା ମିଳିଛି। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ଏବେ ଏହା ଥମିବାର ନଜର ଆସୁନାହିଁ। ସୂଚନାଯୋଗ୍ୟ, ଇରାନର କୁଦ୍‌ସ ବାହିନୀର କମାଣ୍ଡର ମେଜର ଜେନରାଲ କାସିମ ସୋଲେମାନୀଙ୍କ ମୃତ୍ୟୁ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

Share