‘ଇର୍ଫାନ ଖାନ୍‌ଙ୍କ ପାଇଁ ଆମେ ବର୍ଷେ ଅପେକ୍ଷା କରିଥିଲୁ’

ବଲିଉଡ ଭର୍ସାଟାଇଲ ଆକ୍ଟର ଇର୍ଫାନ ଖାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ଟ୍ରେଲର୍‌ ରିଲିଜ ହୋଇଛି। ପ୍ରଶଂସକ ତାଙ୍କ ପସନ୍ଦର ଅଭିନେତାଙ୍କୁ ପୁଣି ଥରେ ପରଦାରେ ଦେଖିବା ପାଇଁ ଅତେବେ ଏହା ପୂର୍ବରୁ ଇର୍ଫାନଙ୍କ ଏକ ଇମୋଶନାଲ ପୋଷ୍ଟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଫିଲ୍ମର ନିର୍ଦ୍ଦେଶକ ହୋମି ଅଦଜାନିଆ କହିଛନ୍ତି, ଫିଲ୍ମରେ ଇର୍ପାନଙ୍କ ସ୍ଥାନ କୌଣସି ଅଭିନେତା ନେଇପାରି ନ ଥାନ୍ତେ। ଏଥିପାଇଁ ଆମେ ବର୍ଷେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଇର୍ଫାନ ଜଣେ ଉଚ୍ଚକୋଟୀର ଅଭିନେତା ବୋଲି ସେ କହିଛନ୍ତି। ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ରେ ଇର୍ଫାନଙ୍କ ବ୍ୟତୀତ କରୀନା କପୁର ଖାନ ଓ ରାଧିକା ମଦାନ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ସେହିଭଳି ଡିମ୍ପଲ କପାଡିଆ ଏବଂ ଦୀପକ ଡୋବରିୟାଲଙ୍କୁ ମଧ୍ୟ ଦେଖିବାକୁ ମିିଳିବ। ଇର୍ଫାନ ଏକ ବିରଳ କ୍ୟାନସରରେ ପୀଡ଼ିତ, ଯାହା ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମର ବୋଲି ଚିହ୍ନଟ ହୋଇଛି। ସେ ଲଣ୍ଡନରେ କ୍ୟାନ୍ସର ଚିକିତ୍ସା ସାରି ୨୦୧୯ ଫେବୃୟାରୀରେ ଭାରତ ଫେରିଛନ୍ତି।

Share