Categories: ଖେଳ

ଇଲିସେ ପେରିଙ୍କ ରେକର୍ଡ

ମେଲବୋର୍ନ,୩।୨- ଅଷ୍ଟ୍ରେଲିଆନ ମହିଳା ଅଲରାଉଣ୍ଡର ଇଲିସେ ପେରି ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ରବିବାର ଭାରତ ବିପକ୍ଷରେ ଅନୁଷ୍ଠିତ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ପେରି ସର୍ବାଧିକ ଟି୨୦ ଖେଳିଥିବା ମହିଳା କ୍ରିକେଟର ହେବାର ସଫଳତା ପାଇଛନ୍ତି। ୨୯ ବର୍ଷୀୟା ଅଲରାଉଣ୍ଡର ପେରିଙ୍କ ଲାଗି ଭାରତ ବିପକ୍ଷ ମ୍ୟାଚ୍‌ ଥିଲା ୧୧୩ତମ ଅନ୍ତର୍ଜାତୀୟ ଟି୨୦। ପୂର୍ବରୁ ନ୍ୟୁଜିଲାଣ୍ଡର ସୁଜି ବାଟେ (୧୧୨ ମ୍ୟାଚ୍‌) ଏହି ରେକର୍ଡର ଅଧିକାରୀ ଥିଲେ। ତାଲିକାରେ ଭାରତୀୟ ଟି୨୦ ଦଳର ଅଧିନାୟିକା ହରମନପ୍ରୀତ କୌର ୬ଷ୍ଠ ସ୍ଥାନରେ ରହିଛନ୍ତି। ସେ ଏପର୍ଯ୍ୟନ୍ତ ୧୦୬ ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି। କେବଳ ଏତିକି ନୁହେଁ, ପେରି ପ୍ରଥମ ଖେଳାଳି ଭାବେ ଛୋଟିଆ ଫର୍ମାଟରେ ୧ ହଜାର ରନ୍‌ ଓ ୧୦୦ ଉଇକେଟ ମଧ୍ୟ ହାସଲ କରିଥିଲେ।

Share