Posted inଜାତୀୟ

ଇଲେକ୍ଟୋରାଲ ବଣ୍ଡ୍‌କୁ ନେଇ ପାର୍ଲାମେଣ୍ଟ କମ୍ପିଲା

ନୂଆଦିଲ୍ଲୀ,୨୨-୧୧(ପି.ଟି.):କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ)ର ଘରୋଇକରଣ ଏବଂ ଇଲେକ୍ଟୋରାଲ ବଣ୍ଡ୍‌କୁ ବିରୋଧ କରି ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ଗୁରୁବାର ପ୍ରବଳ ହୋ-ହଲ୍ଲା କରିଥିଲେ। ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଲୋକ ସଭାରେ କକ୍ଷତ୍ୟାଗ କରିଥିବାବେଳେ ରାଜ୍ୟ ସଭାକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ପଡିଥିଲା। ପିଏସ୍‌ୟୁରୁ ପୁଞ୍ଜି ପ୍ରତ୍ୟାହାର ଏବଂ ଇଲେକ୍ଟୋରାଲ ବଣ୍ଡ୍‌ ଦୁଇଟି ବଡ଼ ଦୁର୍ନୀତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଇଲେକ୍ଟୋରାଲ ବଣ୍ଡ୍‌ ପ୍ରଚଳନ କରି କେନ୍ଦ୍ର ସରକାର ଦୁର୍ନୀତିକୁ ଆନୁଷ୍ଠାନିକ କରିଥିବା କଂଗ୍ରେସ କହିଛି। ଏହି ବଣ୍ଡ୍‌ରେ ସଂଗୃହୀତ ଚାନ୍ଦାର ସ୍ବଚ୍ଛତାକୁ ନେଇ ଦଳ ପ୍ରଶ୍ନ ଉଠାଇବା ସହ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଏହାର ତଦନ୍ତ କରାଯିବାକୁ ଦାବି କରିଛି। ଇଲେକ୍ଟୋରାଲ ବଣ୍ଡ ମନିଲଣ୍ଡରିଂକୁ ସୁଯୋଗ ଦେବା ସହ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ନଷ୍ଟ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି।
ଇଲେକ୍ଟୋରାଲ ବଣ୍ଡ ଉପରେ ଆଲୋଚନା ପାଇଁ ପ୍ରଶ୍ନୋତ୍ତର କାଳକୁ ମୁଲତବୀ ରଖିବାକୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦାବି କରିଥିଲେ ହେଁ ବାଚସ୍ପତି ଓମ୍‌ ବିର୍ଲା ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଫଳରେ କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ। ୧୫ ମିନିଟ ଧରି ହୋ-ହଲ୍ଲା ଜାରି ରହିଥିଲା। ଉପା ସରକାର ବେଳେ ଏହି ପ୍ରସଙ୍ଗକୁ ଭାଜପା ଜୋରଦାର ବିରୋଧ କରିଥିଲା ବୋଲି ଚୌଧୁରୀ କହିଥିଲେ। ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଥିଲେ, ଭାଜପା ସିଏଜି ରିପୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ବିରୋଧ କରିଥିଲା। ଗୃହ ମଧ୍ୟଭାଗରେ କଂଗ୍ରେସ ସଦସ୍ୟମାନଙ୍କ ନାରାବାଜି ସତ୍ତ୍ୱେ ପ୍ରଶ୍ନୋତ୍ତର କାର୍ଯ୍ୟ ଜାରି ରହିଥିଲା।
ଗୃହରେ ପ୍ରଥମେ ବରିଷ୍ଠ ନେତା ମନୀଷ୍‌ ତିଓ୍ବାରୀ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ ଉଠାଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏବଂ ନିର୍ବାଚନ କମିଶନ (ଇସି)ଙ୍କ ଭିନ୍ନମତ ସତ୍ତ୍ୱେ ସରକାର ଇଲେକ୍ଟୋରାଲ ବଣ୍ଡ୍‌ ପ୍ରଚଳନ କରିଥିବା ତିଓ୍ବାରୀ କହିଥିଲେ। ପୂର୍ବରୁ ରାଜନୀତିରେ ଧନିକ ଶ୍ରେଣୀର ପ୍ରଭାବକୁ ନିୟନ୍ତ୍ରଣରେ ରଖାଯାଇଥିଲା। ୨୦୧୭ ବଜେଟ ଜରିଆରେ ଇଲେକ୍ଟୋରାଲ ବଣ୍ଡ୍‌ ପ୍ରଚଳନ କରି ଚାନ୍ଦା ଦେଉଥିବା ଓ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ନାମକୁ ଗୋପନ ରଖାଗଲା ବୋଲି କଂଗ୍ରେସ ନେତା କହିଥିଲେ। ତିଓ୍ବାରୀ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲାବେଳେ ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭୂମିକା କଥା କହିବାରୁ ବାଚସ୍ପତି ମାଇକ୍‌ ବନ୍ଦ କରିଦେଇ ଅନ୍ୟ ଜଣେ ସଦସ୍ୟଙ୍କୁ କହିବାକୁ ସୁଯୋଗ ଦେଇଥିଲେ। ଫଳରେ କଂଗ୍ରେସ ସଦସ୍ୟମାନେ ହୋ-ହଲ୍ଲା କରିଥିଲେ। ଇଲେକ୍ଟୋରାଲ ବଣ୍ଡ ଗଣତନ୍ତ୍ର ପ୍ରତି ବିପଦ ହୋଇଥିବାରୁ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ କଂଗ୍ରେସ ଏହି ପ୍ରସଙ୍ଗ କ୍ରମାଗତ ଭାବେ ଉଠାଇବ ବୋଲି ପରେ ତିଓ୍ବାରୀ ଖବରଦାତା ସମ୍ମିଳନୀରେ କହିଥିଲେ।
ଇଲେକ୍ଟୋରାଲ ବଣ୍ଡ୍‌କୁ ନେଇ ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ ହେବାରୁ ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଉକ୍ତ ପ୍ରସଙ୍ଗ ଉପରେ କଂଗ୍ରେସ ଏବଂ ସିପିଆଇ(ଏମ୍‌)ମୁଲତବୀ ପ୍ରସ୍ତାବ ଆଣିଥିଲାବେଳେ ନାଇଡୁ ଏହାକୁ ଅନୁମତି ନ ଦେବାରୁ ହଟ୍ଟଗୋଳ ହୋଇଥିଲା। ପୁଞ୍ଜି ପ୍ରତ୍ୟାହାର ନାମରେ ସରକାର ୫ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି କରିଦେଉଥିବା ବାମଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଏମର୍ଜେନ୍ସି’ରେ କଇଁଚି ଲଗାଇବ ସେନ୍ସର ବୋର୍ଡ

ମୁମ୍ବାଇ, ୨୭।୯:ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ତଥା କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ‘ଏମର୍ଜେନ୍ସି’ ଫିଲ୍ମର ରିଲିଜ୍‌ ତାରିଖ ବିଳମ୍ବିତ ହୋଇପାରେ। ଗୁରୁବାର...

ଭର୍ତ୍ତୃହରିଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ନୂଆଦିଲ୍ଲୀ,୨୬ା୯:ବିଭିନ୍ନ ବିଭାଗ ସମ୍ପର୍କିତ ପାର୍ଲାମେଣ୍ଟର ଷ୍ଟାଣ୍ଡିଂ କମିଟି ଗୁରୁବାର ଗଠନ କରାଯାଇଛି। ଏଥିରେ ପ୍ରାୟ ସବୁ ଦଳକୁ ପ୍ରତିନିଧିତ୍ୱ ମିଳିଛି। ଭାଜପା ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ...

ସିବିଆଇକୁ କବାଟ କିଳିଦେଲା କର୍ନାଟକ

ବେଙ୍ଗାଲୁରୁ,୨୭ା୯:ମହୀଶୂର ଅର୍ବାନ୍‌ ଡେଭେଲପ୍‌ମେଣ୍ଟ ଅଥରିଟି (ମୁଦା) ଜମି ଆବଣ୍ଟନ ବିବାଦ ମୁଣ୍ଡ କେଟିଥିବାବେଳେ ଗୁରୁବାର କର୍ନାଟକର କଂଗ୍ରେସ ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ଠାରୁ ଜେନେରାଲ...

ବୁଡ଼ ପକାଇ ବୁଡ଼ିଗଲେ ୪୬

ପାଟନା, ୨୭।୯: ବିହାରରେ ଜୀବୀତ୍‌ପୁତ୍ରିକା ଉତ୍ସବବେଳେ ବୁଧବାର ଅଘଟଣ ଘଟିଯାଇଛି। ରାଜ୍ୟର ୧୫ ଜିଲାର ବିଭିନ୍ନ ନଦୀ ଏବଂ ପୋଖରୀରେ ପବିତ୍ର ବୁଡ଼ ପକାଉଥିବା ସମୟରେ...

୨୧ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାର୍ଡେନଙ୍କୁ ଫାଶୀଦଣ୍ଡାଦେଶ

ଇଟାନଗର,୨୬।୯: ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା ମାମଲାର ବିଚାର କରି ଇଟାନଗର ସ୍ଥିତ ଏକ ସ୍ବତନ୍ତ୍ର କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି...

ବିରୋଧୀ ଦଳରୁ କିଏ ଦେଇଥିଲା ପ୍ରଧାନମନ୍ତ୍ରୀ ଅଫର ? ଜାଣନ୍ତୁ କ’ଣ କହିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ,୨୬ା୯: କେନ୍ଦ୍ରମନ୍ତ୍ରୀ ପରିବହନ ନିତିନ ଗଡ଼କରୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହାରି ମଧ୍ୟରେ ସେ ଏହି ପ୍ରସଙ୍ଗରେ ବଡ...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ମହିଳା ଯେଉଁ ଧର୍ମର ହୁଅନ୍ତୁନା କାହିଁକି ସମସ୍ତଙ୍କ ପାଇଁ ଲାଗୁ ହେବ ଏହି ଆଇନ

ନୂଆଦିଲ୍ଲୀ,୨୬।୯: ଘରୋଇ ହିଂସା ଆଇନ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଘରୋଇ ହିଂସା ଆଇନ ୨୦୦୫ ପ୍ରତ୍ୟେକ ମହିଳାଙ୍କ...

୩ ‘ପରମ ରୁଦ୍ର ସୁପର କମ୍ପ୍ୟୁଟର’ର ଉଦଘାଟନ କଲେ ମୋଦି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତା

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତିନୋଟି ସୁପର କମ୍ପ୍ୟୁଟରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ତିନୋଟି କମ୍ପ୍ୟୁଟର ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri