Categories: ଜାତୀୟ

ଇଲେକ୍ଟୋରାଲ ବଣ୍ଡ୍‌ ଉପରେ ରହିତାଦେଶ ଲାଗି ଆବେଦନ

ନୂଆଦିଲ୍ଲୀ,୩୦ା୧୧(ଆଇଏଏନ୍‌ଏସ୍‌): ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ଉପରେ ରହିତାଦେଶ ଲାଗି ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ପକ୍ଷରୁ ଶୁକ୍ରବାର ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଏଡିଆର୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ଆବେଦନ କରିଛନ୍ତି। ୨୦୧୮ ଜାନୁୟାରୀ ୨ରେ କେନ୍ଦ୍ର ସରକାର ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ବିଜ୍ଞପ୍ତି ପ୍ରକାଶ କରିଥିଲେ। ରାଜନୈତିକ ଦଳଗୁଡିକୁ କର୍ପୋରେଟ ଚାନ୍ଦା ପାଇଁ ଏହି ବଣ୍ଡ୍‌ ଦ୍ୱାର ଖୋଲିଦେଇଛି। ଅବଧି ସରିଯାଇଥିବା ଇଲେକ୍ଟୋରାଲ ବଣ୍ଡ୍‌କୁ ଗ୍ରହଣ କରିବା ଲାଗି ସରକାର ବ୍ୟାଙ୍କକୁ କହୁଛନ୍ତି। ଏହି ବଣ୍ଡ୍‌ ମାଧ୍ୟମରେ ଚାନ୍ଦା ସଂଗ୍ରହରେ କୌଣସି ଅଙ୍କୁଶ ରହୁନାହିଁ। ତେଣୁ ଏହା ଉପରେ ରହିତାଦେଶ ଜରୁରୀ ବୋଲି ଆବେଦନରେ ଦର୍ଶାଯାଇଛି।

Share