ଇଲେକ୍ଟ୍ରି ଦୋକାନରେ ଅଗ୍ନିକାଣ୍ଡ:୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ସହ ଜଳିଗଲା ନଗଦ ୨ ଲକ୍ଷ

ଟେନ୍‌ସା,୧।୯ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କୋଇଡ଼ା ଛକରେ ଶନିବାର ବିଳମ୍ବିତ ରାତିରେ ଏକ ଇଲେକ୍ଟ୍ରି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ ଦୋକାନର ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ସହିତ ନଗଦ ୨ ଲକ୍ଷ ଟଙ୍କା ଜଳିଯାଇଥିବା ଦୋକାନ ମାଲିକ ଜିତୁ ରଞ୍ଜନ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଦୋକାନରେ ନିଆଁ ଲାଗିଥିବା ଦେଖି କେହିଜଣେ କୋଇଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୪ ଘଣ୍ଟା ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।