Categories: ଖେଳ

ଇଶାନ କିଶନଙ୍କୁ ଏମିତି ଉପହାର ମାଗିଲେ ରୋହିତ ଶର୍ମା

ପୋର୍ଟ ଅଫ୍‌ ସ୍ପେନ୍‌,୧୯ା୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ତ୍ରିନିଦାଦରେ ଖେଳାଯିବ। ଏହାପୂର୍ବରୁ ଟିମ ଇଣ୍ଡିଆର ଖେଳାଳିମାନେ କଡ଼ା ଅଭ୍ୟାସ କରିଛନ୍ତି। ଭାରତୀୟ ଦଳ ଅଭ୍ୟାସ ପରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କ ଜନ୍ମଦିନ ମଧ୍ୟ ପାଳନ କରିଥିଲେ। ବିସିସିଆଇ ଇଶାନଙ୍କ ଜନ୍ମଦିନର ଏକ ଭିଡିଓ ଶେୟାର କରିଛି। ଏଥିରେ କ୍ୟାପଟେନ ରୋହିତ ଶର୍ମା ଇଶାଙ୍କଠାରୁ ଉପହାର ମାଗୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ବିସିସିଆଇ ପୋଷ୍ଟ କରିଥିବା ଭିଡିଓରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରୁଥିବା ଦେଖାଯାଉଛି। ଭିଡିଓର ଶେଷ ଭାଗରେ ଇଶାନ କେକ କାଟିଥିବାର ନଜର ଆସିଛନ୍ତି। ଏବଂ ଇଶାନଙ୍କ ଜନ୍ମଦିନରେ ରୋହିତଙ୍କୁ ତାଙ୍କୁ କେଉଁ ଉପହାର ଦେବେ ବୋଲି ପଚରାଯାଇଥିଲା। ଏଥିପାଇଁ ରୋହିତ କହିଥିଲେ, ଭାଇ ତୁମେ କଣ ଚାହୁଁଛ? ସବୁକିଛି ତ ଅଛି । ତୁମେ ଆମକୁ ୧୦୦ ରନ ଦିଅ। ରୋହିତ ଇଶାନଙ୍କୁ ତାଙ୍କ ଜନ୍ମଦିନରେ ଟିମ ଇଣ୍ଡିଆ ପାଇଁ ଏକ ଶତକ ଉପହାର ମାଗିଥିଲେ।
ଉଲ୍ଲେଖନୀୟ କଥା ହେଉଛି, ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯାଇଥିଲା। ଏଥିରେ ଭାରତ ଗୋଟିଏ ଇନିଂସ ଏବଂ ୧୪୧ ରନ ଜିତିଥିଲା। ଏହି ମ୍ୟାଚରୁ ଇଶାନ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ସେ ଅପରାଜିତ ୧ ରନ ସ୍କୋର କରିଥିଲେ। ଏହା ପରେ ଭାରତ ଇନିଂସ ଘୋଷଣା କରିଥିଲା। ବର୍ତ୍ତମାନ ଦ୍ୱିତୀୟ ମ୍ୟାଚ ତ୍ରିନିଦାଦରେ ଖେଳାଯିବ। ଏହା ପରେ ତିନୋଟି ଦିନିକିଆ ଏବଂ ପାଞ୍ଚ ଟି-୨୦ ମ୍ୟାଚ ଖେଳାଯିବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ ୨୭ ଜୁଲାଇରେ ଏବଂ ଟି-୨୦ ସିରିଜର ପ୍ରଥମ ମ୍ୟାଚ ୩ ଅଗଷ୍ଟରେ ଖେଳାଯିବ। ଭାରତୀୟ ଦଳ ୧୩ ଅଗଷ୍ଟରେ ଏହି ଗସ୍ତର ଶେଷ ମ୍ୟାଚ ଖେଳିବ।

Share