ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ହାତରେ ଏବେ ଅଫର୍‌ ଉପରେ ଅଫର୍‌। ‘ପତି ପତ୍ନୀ ଔର ଓ୍ବ’ ପରେ ଏବେ ଅନନ୍ୟା ‘ଖାଲି ପିଲି’ରେ ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ମକବୁଲ ଖାଁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଯାଇଥିବା ଜଣାପଡିଛି। ମୁମ୍ବାଇରେ ରହୁଥିବା ଜଣେ ଯୁବତୀଙ୍କ ସହ ଜଣେ ଯୁବକଙ୍କ ସାକ୍ଷାତ୍‌ ହେବା ପରେ କେମିତି ଯୁବତୀଙ୍କ ଜୀବନରେ ଆସୁଛି ଉତ୍ଥାନ ପତ୍ତନ ତାହା ଏହି ଫିଲ୍ମରେ ଚିତ୍ରିତ କରାଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ। ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ଏବେ ଷ୍ଟାର କିଡ୍‌ ଭାବେ ଭଲ ଅଫର୍‌ ପାଉଥିବା ଆଲୋଚନା ହେଉଛି।

Share