‘ଇଶ୍କ ମୈ ଫିର୍‌ ମରଜାଓ୍ବା’ ପାଇଁ ୧୦ କେଜିର ଲେହେଙ୍ଗା ପିନ୍ଧି ସମୁଦ୍ରରେ ଶୁଟିଂ କଲେ ହେଲୀ

‘ୟେ ରିସ୍ତା ହୈ ଫ୍ୟାର କେ’ ଏବଂ ‘ଲାଲ ଇଶ୍କ’ପରି ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ଘରେ ଘରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ହେଲୀ ଶାହ। ଖୁବ୍‌ଶୀଘ୍ର ହେଲୀଙ୍କୁ ଧାରାବାହିକ ‘ଇଶ୍କ ମୈ ମରଜାଓ୍ବା’ର ଦ୍ୱିତୀୟ ସିଜିନ୍‌ ‘ଇଶ୍କ ମୈ ଫିର୍‌ ମରଜାଓ୍ବା’ରେ ଦେଖିବାକୁ ମିଳିବ। ଏହା ଏକ ରୋମାଣ୍ଟିକ୍‌ ଥ୍ରୀଲର ଶୋ’। ନିକଟରେ ସେ ଏହି ଶୋ’ର ପ୍ରମୋ ଗୋଆରେ ଶୁଟିଂ କରିଛନ୍ତି। ଏଥିପାଇଁ ତାଙ୍କୁ ପ୍ରାୟ ୧୦ କେଜି ଓଜନର ଏକ ଲେହେଙ୍ଗା ପିନ୍ଧି ସମୁଦ୍ର ମଧ୍ୟରେ ପଣ୍ଟାଏ ପାଣିରେ ପଶି ଶୁଟିଂ କରିବାକୁ ପଡ଼ିଥିଲା। ପାଣିକୁ ଭୟ କରୁଥିବା ହେଲୀ ଏହି ପ୍ରମୋର ଶୁଟିଂ କରିବା ପରେ କହିଛନ୍ତି ଡର୍‌ କୋ ଆଗେ ଜିତ୍‌ ହୈ।

Share