ଇଷ୍ଟର ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ଶ୍ରୀଲଙ୍କା ଗସ୍ତରେ ମୋଦି

କଲମ୍ବୋ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମାଳଦ୍ୱୀପରୁ ଫେରି ଶ୍ରୀଲଙ୍କା ଗସ୍ତ କରିଛନ୍ତି। ଶ୍ରୀଲଙ୍କାରେ ଇଷ୍ଟର ସନ୍‌ଡେ’ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ବିଦେଶୀ ନେତା ଭାବେ ମୋଦି ଶ୍ରୀଲଙ୍କା ଗସ୍ତ କରିଛନ୍ତି। ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୧ରେ ଶ୍ରୀଲଙ୍କାରେ ଇଷ୍ଟର ସନ୍‌ଡେ’ରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ସେଥିରେ ପାଖାପାଖି ୨୫୦ ଜଣଙ୍କ ମୃତ୍ୟୁ ହୋଇଥିଲା। ମୋଦି ଶ୍ରୀଲଙ୍କାରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯିବା ସହ ସେ ରାଷ୍ଟ୍ରପତି ଭବନ ପରିସରରେ ଚାରା ରୋପଣ କରି ଅପରାହ୍ନରେ ରାଷ୍ଟ୍ରପତି ମୈଥ୍ରିପଲା ସିରିସେନାଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ବିରୋଧୀଦଳ ନେତା ରାନିଲ ଓ୍ବିକ୍ରମାସିଂଘେଙ୍କୁ ମଧ୍ୟ ମୋଦି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ କଲମ୍ବୋରେ ଥିବା ଭାରତୀୟଙ୍କ ସହ ମଧ୍ୟ ସାକ୍ଷାତ କରିବେ ମୋଦି।

Share