Categories: ଖେଳ

ଇଷ୍ଟ ଜୋନ୍‌ ସ୍ନୁକର: କ୍ୱାର୍ଟରରେ ସୁବ୍ରତ

ଭୁବନେଶ୍ୱର,୧୧।୯(ସ୍ପୋଟର୍‌ସ ବ୍ୟୁରୋ)-ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ମଙ୍ଗଳବାର ଷଷ୍ଠ ଦିବସରେ ପହଞ୍ଚିଛି। ଓଡ଼ିଆର ସୁବ୍ରତ୍‌ ଦାସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସୁବ୍ରତ ୪-୨ରେ ନିଜ ରାଜ୍ୟର ଜାକିର ଅଲିଙ୍କୁ ହରାଇ ଏହି ସଫଳତା ପାଇଛନ୍ତି। ଅନ୍ୟଏକ ମ୍ୟାଚ୍‌ରେ ପଶ୍ଚିମବଙ୍ଗର କିଙ୍ଗ୍‌ସୁକ ସାହା ୩-୨ରେ ଓଡ଼ିଶାର ସତ୍ୟକାମ ମହାନ୍ତିଙ୍କୁ ହରାଇଛନ୍ତି। ସେହିପରି ଛିତିଶଗଡ଼ର ଆଦର୍ଶ ବର୍ମା ୩-୦ରେ ଓଡ଼ିଶାର ଅମିୟ ନାୟକଙ୍କୁ ପରାସ୍ତ କରିଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ରାକେଶ ରୋଶନ ପ୍ରଦାନ ୩-୨ରେ ନିଜ ରାଜ୍ୟର ଉଧ୍‌ବାସ ମହାପାତ୍ରଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ଟୁର୍ନାମେଣ୍ଟରେ ଏକାଧିକ ଖେଳାଳି ପ୍ରି-କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୁଧବାର ବାକିଥିବା ଗେଷ୍ଟ ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିବେ ଓ ପ୍ରି- କ୍ୱାର୍ଟର ଫାଇନାଲାରୁ ଅଭିଯାନ ଆରମ୍ଭ କରିବେ।
ଫଟୋ କ୍ୟାପସନ: ମ୍ୟାଚ୍‌ ଅବସରରେ ଜିତେନ ଷଡଙ୍ଗୀ (ବାମ)ଓ ସୁବ୍ରତ ଦାସ (ଡାହାଣ)

Share