Posted inଖେଳ

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌: ଭାଗନେବେ ୭୦ରୁ ଊର୍ଦ୍ଧ୍ୱ ଖେଳାଳି

ଭୁବନେଶ୍ୱର, ୫।୯(ପି.ଟି.)- ଫାଲକନ ଚିଲିକା ଫ୍ରେଶ୍‌ ଆନୁକୂଲ୍ୟରେ ସ୍ଥାନୀୟ ପଟିଆ ସ୍ଥିତ ୬ ପକେଟ୍ସଠାରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌। ଏହି ପ୍ରତିଯୋଗିତା ୧୪ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପଡୋଶୀ ରାଜ୍ୟ ପଶ୍ଚିମ ବଙ୍ଗ, ଝାଡଖଣ୍ଡ, ବିହାର, ଛତିଶଗଡ଼ରୁ ମୋଟ ୭୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିବେ। ଜାତୀୟସ୍ତରରେ ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ (ପିଏସ୍‌ପିବି) ପାଇଁ ପ୍ରତିନିଧିତ୍ୱ କରୁଥିବା ଶାହାବାଜ ଆଦିଲ ଖାଁ ପ୍ରତିଯୋଗିତାର ଟପ୍‌ ସିଡ ମାନ୍ୟତା ପାଇଛନ୍ତି। ସେହିପରି ଜାତୀୟସ୍ତରରେ ରେଲଓ୍ବେ ତରଫରୁ ପ୍ରତିନିଧିତ୍ୱ କରୁଥିବା ପଶ୍ଚିମ ବଙ୍ଗର ଅନ୍ୟତମ ଖେଳାଳି ନୀରଜ କୁମାର ଦ୍ୱିତୀୟ ସିଡ, ଓଡ଼ିଶାର ସୁବ୍ରତ ଦାସ ତୃତୀୟ, ଅନ୍ୟତମ ଓଡ଼ିଆ ଖେଳାଳି ତଥା ଗେଲ୍‌ ତରଫରୁ ପ୍ରତିନିଧିତ୍ୱ କରୁଥିବା ଆଶୁତୋଷ ପାଢ଼ୀ ଚତୁର୍ଥ ସିଡ, ପଶ୍ଚିମ ବଙ୍ଗର ୧ ନମ୍ବର ଖେଳାଳି ମନୀଷ ଜୈନ ପଞ୍ଚମ ଓ ଓଡ଼ିଶାର ଆକାଶ ମହାପାତ୍ର ଷଷ୍ଠ ସିଡ ମାନ୍ୟତା ପାଇଛନ୍ତି। ନକ୍‌ଆଉଟ୍‌ ପଦ୍ଧତିରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟରେ ସିଡେଡ ଖେଳାଳିମାନେ ସିଧାସଳଖ ପ୍ରି- କ୍ୱାର୍ଟର ଫାଇନାଲରୁ ଅଭିଯାନ ଆରମ୍ଭ କରିବେ। ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ୬ ପକେଟ୍ସର ପ୍ରତିଷ୍ଠାତା ତଥା ମାଲିକ ଜୀତେନ ଷଡଙ୍ଗୀ, ଟୁର୍ନାମେଣ୍ଟ କୋର୍ଡିନେଟର ତଥା ସିନିୟର ଖେଳାଳି ଗୋବିନ୍ଦ ଶର୍ମା, ଟୁର୍ନାମେଣ୍ଟ ଅନ୍ୟତମ ପ୍ରାୟୋଜକ ତଥା ବ୍ଲୁ ଟେକ୍‌ ପ୍ରଡକ୍ଟ ମାଲିକ ମିଶାଲ ସ୍ବାଇଁ ସୂଚନା ଦେଇଥିଲେ। ଏହି ଟୁର୍ନାମେଣ୍ଟ ରାଜ୍ୟରେ ସ୍ନୁକରର ଲୋକପ୍ରିୟତା ବଢ଼ାଇବାରେ ସହାୟକ ହେବ ବୋଲି ଶର୍ମା କହିଥିଲେ।
ଟୁର୍ନାମେଣ୍ଟରେ ମୋଟ ବ୍ୟୟବରାଦ ଏକ ଲକ୍ଷ ଟଙ୍କା ରଖାଯାଇଛି। ଟ୍ରଫି ସହ ଚାମ୍ପିୟନ ଖେଳାଳିଙ୍କୁ ୨୦ ହଜାର ଟଙ୍କା, ରନରଅପ୍‌ଙ୍କୁ ଟ୍ରଫି ସହ ୧୦ ହଜାର ଟଙ୍କା, ସେମିଫାନାଲିଷ୍ଟଙ୍କୁ ୫ ହଜାର ଟଙ୍କା, କ୍ୱାର୍ଟର ଫାନାଲିଷ୍ଟଙ୍କୁ ୨୫୦୦ ଟଙ୍କା, ପ୍ରି- କ୍ୱାର୍ଟର ଫାଇନାଲିଷ୍ଟଙ୍କୁ ୧୨୫୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ୭୫ରୁ ଊର୍ଦ୍ଧ୍ୱ ଉଚ୍ଚତମ ବ୍ରେକ୍‌ ପାଇଁ ୫ ହଜାର ଟଙ୍କା ପୁରସ୍କାର ରଖାଯାଇଛି। ଏହାଛଡ଼ା ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାର ମଧ୍ୟ ରଖାଯାଇଛି।
୨୦୧୮ ମାର୍ଚ୍ଚ ୪ ତାରିଖରୁ ଜିତେନ ଷଡଙ୍ଗୀଙ୍କ ଦ୍ୱାରା ୬ ପକେଟ୍ସ ଆରମ୍ଭ ହୋଇଥିଲା। ରାଜ୍ୟରେ ସ୍ନୁକର ପ୍ରତିଭାଗୁଡିକର ବିକାଶ ପାଇଁ ଏହା କାର୍ଯ୍ୟ କରିଆସୁଛି ଓ ସୁବିଧାସୁଯୋଗ ପ୍ରଦାନ କରୁଛି। ପୁଣି ଓଡ଼ିଶାରେ ପ୍ରଥମଥର ପାଇଁ ଏହି ଚାମ୍ପିୟନଶିପ୍‌ ଆୟୋଜନ ହେବ। ତେବେ ଗତ ବର୍ଷ ସେପ୍ଟେମ୍ବରରେ ମଧ୍ୟ ୬ ପକେଟ୍ସ ଅଲ୍‌ ଓଡ଼ିଶା ୬ ରେଡ୍‌ ଚାମ୍ପିୟନଶିପ୍‌ ସଫଳତାର ସହ ଆୟୋଜନ କରିଥିଲା। ଚାମ୍ପିୟନଶିପ୍‌ ପାଇଁ ଏକାଧିକ ପ୍ରାୟୋଜକ ରହିଛନ୍ତି। ଫାଲକନ୍‌ ଚିଲିକା ଫ୍ରୋସ ଟୁର୍ନାମେଣ୍ଟର ଟାଇଟଲ ପ୍ରାୟୋଜକ ରହିଛି। ସେହିପରି ଚାମ୍ପିୟନଶିପ୍‌ର ଅନ୍ୟତମ ପ୍ରାୟୋଜକମାନେ ହେଲେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସ୍ପେଶିଆଲ, ପିଜିଏଲ୍‌ ହୋଣ୍ଡା ଓ ଓଡିଟେକ୍‌ ପ୍ରପର୍ଟିଜ୍‌, ବ୍ଲୁଟେକ୍‌ ପ୍ରଡକ୍ସସ୍‌ ଆଣ୍ଡ ବିହାନ ସୋଲାର। ପ୍ରତିଯୋଗିତାର ବେଭେରେଜ ପାର୍ଟନର ରହିଛି ଇହା, ଫୁଡ ପାର୍ଟନର ରହିଛି ଲିଙ୍ଗରାଜ ବିସ୍କଟ୍ସ ଓ ଭୁଖା, ଟ୍ରାଭେଲ ପାର୍ଟନର ଟ୍ରିପ୍ରୋସେସ, ରେଡିଓ ଓ ମିଡିଆ ପାର୍ଟରନର ରହିଛନ୍ତି ୯୩. ୫ ରେଡ୍‌ ଏଫ୍‌.ଏମ୍‌. ଓ ସିଟି ମିରର। ସେହିପରି ଚାମ୍ପିୟନଶିପ୍‌ର ହସ୍ପିଟାଲିଟି ପାର୍ଟନର ରହିଛି ପିପୁଲ ହୋଟେଲ ଆଣ୍ଡ ରିସର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

Narendra Modi: ଚେତାବନୀ ଦେଲେ ମୋଦି, ମାଟିରେ ମିଶେଇଦେବୁ…

ନୂଆଦିଲ୍ଲୀ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ପହଞ୍ଚିଛନ୍ତି। ଆଜି ସେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମଧୁବଣୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ପହଲଗାମ ଆକ୍ରମଣ...

ପରକୀୟା ପ୍ରୀତି ସନ୍ଦେହ, ପଥରରେ ଛେଚି ଛେଚି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ୱାମୀ

ପାଲଘର,୨୪।୪: ମହାରାଷ୍ଟ୍ରର ପାଲଘର ଜିଲାରେ ଜଣେ ୫୫ ବର୍ଷୀୟ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଅନୈତିକ ସମ୍ପର୍କର ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି।...

Pakistan Google Trends: ପାକିସ୍ତାନ ଛାନିଆ, ଆତଙ୍କୀ ଆଟାକ୍‌ ପରେ ଗୁଗଲରେ ଏସବୁ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ

ନୂଆଦିଲ୍ଲୀ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଭାରତକୁ ଦୋହଲାଇ ଦେଇନଥିଲା, ଏହାର ପ୍ରଭାବ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦେଖାଯାଉଛି। ଆକ୍ରମଣ ସମ୍ପର୍କରେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଏତିକି ବଢ଼ିପାରେ ଆପଣଙ୍କ ଦରମା

ନୂଆଦିଲ୍ଲୀ,୨୪।୪: ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ସେମାନଙ୍କ ଦରମାରେ ଏକ ବଡ଼ ବୃଦ୍ଧି ଘଟିବ।...

୫ ହତ୍ୟାକାରୀ, ୩ ସ୍ଥାନରେ ୧୦ ମିନିଟ୍ କରିଥିଲେ ଗୁଳିବର୍ଷା: ସାମ୍ନାକୁ ଆସିଲା ପହଲଗାମ ଆକ୍ରମଣର ଛାତିଥରା ତଥ୍ୟ

ନୂଆଦିଲ୍ଲୀ,୨୪।୪: ମଙ୍ଗଳବାର ଅପରାହ୍ନରେ ବୈସରଣ ମେଦୋରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ, ଯାହା ୨୬ ଜଣଙ୍କ ଜୀବନ ନେଇଛି, ତା’ର ତଦନ୍ତରୁ ଭୟଙ୍କର ଘଟଣାବଳୀ ସାମ୍ନାକୁ...

ସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ୫ ନକ୍ସଲ ନିହତ, ୧,୦୦୦ଙ୍କୁ ଘେରି ରହିଛନ୍ତି ୨୦,୦୦୦ ସୈନ୍ୟ

ବିଜାପୁର,୨୪।୪: ଦେଶରେ ଏଯାଏଁ ହୋଇଥିବା ସର୍ବବୃହତ ନକ୍ସଲ ବିରୋଧୀ ଅପରେସନ ବୋଲି କୁହାଯାଉଥିବା ଏହି ଅଭିଯାନରେ, ତିନୋଟି ରାଜ୍ୟର ୨୦,୦୦୦ରୁ ଅଧିକ ସୁରକ୍ଷା କର୍ମୀ ଛତିଶଗଡ଼ର...

Jammu Kashmir Encounter: ପହଲଗାମ ଆଟାକ୍‌ ପରେ ବଡ଼ ଏକନାଉଣ୍ଟର, ଶହୀଦ ହେଲେ ଜଣେ ଭାରତୀୟ ଯବାନ

ନୂଆଦିଲ୍ଲୀ,୨୪।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣପରେ, ଗୁରୁବାର ସକାଳେ ଜମ୍ମୁ ଏବଂ କଶ୍ମୀରର ଉଧମପୁର ଜିଲାର ଡୁଡୁ-ବସନ୍ତଗଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ...

ଭାରତରେ ଆକ୍ରୋଶ; କିନ୍ତୁ ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇ କମିଶନରେ ଉତ୍ସବ ପାଳନ, ମଗାଗଲା କେକ୍‌

ନୂଆଦିଲ୍ଲୀ,୨୪।୪:ଜମ୍ମୁ-କାଶ୍ମୀରର ଅତି ସୁନ୍ଦର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ପରେ ଦେଶରେ ପ୍ରବଳ କ୍ରୋଧ ପ୍ରକାଶ ପାଇଛି। ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image