Categories: ଖେଳ

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌: ଜାକିର, ଜିତେନ, ରାକେଶ, ରାଜାଙ୍କ ଦମ୍‌ଦାର ପ୍ରଦର୍ଶନ

ଭୁବନେଶ୍ୱର, ୮।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଶନିବାର ତୃତୀୟ ଦିବସରେ ପହଞ୍ଚତ୍ଛି। ଶନିବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ଜଗଦୀଶ ମହାନ୍ତି ୩-୨ରେ ଶରଦ ବେହେରାଙ୍କୁ ପରାସ୍ତ କରିଛନ୍ତି। ସେହିପରି ଜାକିର ଖାଁ ୩-୦ରେ ଅନୁରାଗ ସାମନ୍ତଙ୍କୁ ହରାଇଛନ୍ତି। ଅନ୍ୟ ଏକ ମ୍ୟାଚ୍‌ରେ ଜିତେନ ଷଡଙ୍ଗୀ ୩-୦ରେ ଅର୍ମାନ ଉଲ ହକ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ବିକାଶ ଅଗ୍ରଓ୍ବାଲ ୩-୨ରେ ସତ୍ୟଦୀପ ଦାସଙ୍କୁ ପରାସ୍ତ କରିଛନ୍ତି। ନିଶି ପ୍ରକାଶ ଅନ୍ୟ ଏକ ମ୍ୟାଚ୍‌ରେ ୩-୧ରେ ସିଦ୍ଧାର୍ଥ ସେନ୍‌ଙ୍କଠାରୁ ହାରିଛନ୍ତି। ସେହିପରି ରାକେଶ ଆର. ପ୍ରଧାନ ୩-୦ରେ ଚେତନ ଆନନ୍ଦଙ୍କୁ ପରାସ୍ତ କରିଛନ୍ତି। ସେହିପରି ମହମ୍ମଦ ରାଜା ୩-୦ରେ ଅନ୍ୟଏକ ମ୍ୟାଚ୍‌ରେ ଜଗଦୀଶ ମହାନ୍ତିଙ୍କୁ ପରାସ୍ତ କରିଥିଲେ। ରୁମିତ ଗୁପ୍ତା ୩-୦ରେ ମିଶାଲ ସ୍ବାଇଁଙ୍କୁ ହରାଇଛନ୍ତି। ସେହିପରି ପୂର୍ବରୁ ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ଗୁଡିକରେ ଅବିନାଶ ମହାପାତ୍ର ୩-୨ରେ ଶୁଭ୍ରାଂଶୁ କରଙ୍କୁ ୩-୨ରେ, ରଣଜୀତ ପତି ୩-୦ରେ ଅମିତ ଜେନା, ଗୋବିନ୍ଦ କୁଲୁ ୩-୦ରେ ସାଇ ଲେଙ୍କା ଓ ଗୋବିନ୍ଦ ଶର୍ମା ୩-୦ରେ ବିରାଜ ଦାସଙ୍କୁ ପରାସ୍ତ କରିଥିଲେ।

Share