Categories: ଜାତୀୟ

ଇସିଙ୍କୁ ଫେରାଦ ହେଲେ ଭାଜପା ମହିଳା ଏମ୍‌ପି

ନୂଆଦିଲ୍ଲୀ,୧୪ା୧୨(ପି.ଟି.): ବଳାତ୍କାରକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସ୍ମୃତି ଇରାନୀଙ୍କ ନେତୃତ୍ୱରେ ଭାଜପା ମହିଳା ଏମ୍‌ପିମାନେ ନିର୍ବାଚନ କମିଶନ (ଇସି)ଙ୍କୁ ଅନୁରୋଧ କରିଛନ୍ତି। ଭାଜପା ସଦସ୍ୟମାନେ ଇସିଙ୍କୁ ଭେଟି ନିର୍ବାଚନୀ ସଭାରେ ରାହୁଲଙ୍କ ରେପ୍‌ ଇନ୍‌ ଇଣ୍ଡିଆ ମନ୍ତବ୍ୟ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ ରାହୁଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସେମାନେ ଦାବି କରିଥିଲେ। ରାଜନୈତିକ ବ୍ୟଙ୍ଗ ପାଇଁ ଜଣେ ରାଜନେତା ପ୍ରଥମ ଥର ପାଇଁ ବଳାତ୍କାର ଶବ୍ଦ ବ୍ୟବହାର କରିଛନ୍ତି। ଏଭଳି ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ କମିଶନ ମହିଳାମାନଙ୍କ ମର୍ଯ୍ୟାଦା ରକ୍ଷା କରିବା ସାରା ଦେଶ ଚାହେଁ ବୋଲି ସେମାନେ କହିଛନ୍ତି।

Share