ଅଦିନିଆ ଇସ୍କନ ରଥଯାତ୍ରାକୁ ବ୍ରହ୍ମକ୍ଷେତ୍ରରେ ପ୍ରତିବାଦ

ନିଶ୍ଚିନ୍ତକୋଇଲି, ୯।୨ (ସ୍ବ.ପ୍ର.): ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ବଳଦେବଜୀଉ ପୀଠରେ ରବିବାର ପ୍ରତିବାଦ କରାଯାଇଛି। ବଳଦେବଜୀଉ ଟ୍ରଷ୍ଟି ଓ ଜଗନ୍ନାଥ ସଂସ୍କୃତି ପ୍ରେମୀ ଏହି ପ୍ରତିବାଦ କରିଛନ୍ତି। ମ୍ୟାନେଜିଂ ଟ୍ରଷ୍ଟି ଧୀରେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଜଗନ୍ନାଥ ସଂସ୍କୃତି ପରିଷଦର ସମ୍ପାଦକ ଦେବେନ୍ଦ୍ର କୁମାର ଦାଶ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ଏ. କାର୍ତ୍ତିକେଶ୍ୱର ରାୟ ପ୍ରମୁଖ ସାମିଲ ଥିଲେ ।

Share