Categories: ଜାତୀୟ

ଇସ୍କନ ମନ୍ଦିର ଆସିଲେ ଦେବାକୁ ପଡିବ ସ୍ବାସ୍ଥ୍ୟ ପ୍ରମାଣପତ୍ର

ମଥୁରା,୫।୩: ଦିଲ୍ଲୀର ମଥୁରାରେ ଥିବା ବୃନ୍ଦାବନ ଇସ୍କନ ମନ୍ଦିରର ପିଆର୍‌ଓ ସୌରଭ ଦାସ ଗୁରୁବାର କହିଛନ୍ତି, ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଇସ୍କନ ମନ୍ଦିର ନ ଆସିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଆଉ ଯଦି କେହି ପର୍ଯ୍ୟଟକ ଏହି ସମୟ ମଧ୍ୟରେ ମନ୍ଦିର ଦର୍ଶନ ପାଇଁ ଆସିବେ ତେବେ ସେମାନେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରମାଣପତ୍ର ଦେବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ଭାରତରେ ପାଦ ରଖିଥିବା ବେଳେ ଏହା ବ୍ୟାପିବାରେ ଆରମ୍ଭ କଲାଣି। ତେବେ ଏହାର ଭୟାବହତାକୁ ରୋଗିବାକୁ ଯାଇ ବୃନ୍ଦାବନ ଇସ୍କନ ମନ୍ଦିର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କରୋନା ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଏହା ସହଜରେ ଅନ୍ୟଜଣଙ୍କୁ ବ୍ୟାପୁଥିବାରୁ ଇସ୍କନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

Share