ଇସ୍କ ତୋର ସ୍ଲୋଲି ସ୍ଲୋଲି

ମନ୍‌ ମୁଭିଜ ଏବଂ ଏସ୍‌. ତନୁ କ୍ରିଏଶନ୍ସ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ଇସ୍କ ତୋର ସ୍ଲୋଲି ସ୍ଲୋଲି’। ନବାଗତ ପ୍ରଯୋଜକ ଏସ. ତନୁ କ୍ରିଏଚର ଫିଲ୍ମଟିର ପ୍ରଯୋଜନା କରୁଛନ୍ତି। ଅନ୍ୟପକ୍ଷରେ ପ୍ରଥମଥର ପାଇଁ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମନ୍ମୟ ମହାପାତ୍ର। ଚଳଚ୍ଚିତ୍ର ବିଷୟରେ ନିର୍ଦ୍ଦେଶକ କହନ୍ତି, ‘ଏହି ଫିଲ୍ମର କାହାଣୀ ରଚନା କରିଛନ୍ତି ପୃଥ୍ବୀରାଜ ପାତ୍ର, ଯେଉଁଥିଲେ ଲଭ୍‌, ସସ୍‌ପେନ୍ସ, କମେଡି, ଇମୋଶନ ରହିଛି। କାହାଣୀରେ ଏପରି ମସଲା ରହିଛି, ଯାହା ସମସ୍ତଙ୍କ ମନକୁ ଛୁଇଁବ ବୋଲି ବିଶ୍ୱାସ।’ ଏହା ବ୍ୟତୀତ ନୂଆ ଯୋଡ଼ି ପବନ ଦେବ, ଲିସି, ରାନୀ ନିଜର ଓଡ଼ିଆ ଫିଲ୍ମ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଏମାନଙ୍କ ବ୍ୟତୀତ ବ୍ରଜ ସିଂ, ଅକ୍ଷୟ ବସ୍ତିଆ, ବାବୁ ପ୍ରଧାନ, ଜ୍ଞାନ, ରବି ପ୍ରମୁଖ କଳାକାର ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ନୂଆ ସ୍ବର ସଂଯୋଜକ ଆଲୋକ ଦେବ-ବିମୁଗ୍ଧ ଦାଶ। ଚିତ୍ରର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Share