ଇସ୍ତଫାକୁ ଛାଡ଼ି ସବୁ ବୁଝାଯିବ: ଇମ୍ରାନ୍‌

ଇସ୍‌ଲାମାବାଦ, ୬ା୧୧(ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଇସ୍ତଫା ଦାବିରେ ଜାରି ରହିଥିବା ଆନ୍ଦୋଳନକୁ ଚପାଇବା ଲାଗି ଜୋର୍‌ଦାର ଉଦ୍ୟମ ଚାଲିଛି। ବିକ୍ଷୋଭକାରୀଙ୍କ ସବୁ ଦାବି ପୂରଣ କରାଯିବ ବୋଲି ଇମ୍ରାନ୍‌ ମଙ୍ଗଳବାର କହିଛନ୍ତି। ତେବେ ସେ ଇସ୍ତଫା ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ରାଜନେତା ତଥା ଧର୍ମଗୁରୁ ମୌଲାନା ଫଜ୍‌ଲୁର ରହମାନଙ୍କ ନେତୃତ୍ୱରେ ଇମ୍ରାନ ହଟାଓ ଆନ୍ଦୋଳନ ଚାଲିଛି।

Share