ନୂଆଦିଲ୍ଲୀ,୫।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାହୁଲ ଗାନ୍ଧୀ ଏବେ ଚର୍ଚ୍ଚାରେ ରହିଛନ୍ତି। ଇସ୍ତଫାକୁ ନେଇ ଲାଗିରହିଥିବା ବିବାଦରୁ ନିଜକୁ ଦୂରେଇ ରଖିବା ପାଇଁ ରାହୁଲ ପହଞ୍ଚିଥିଲେ ସିନେମାହଲରେ। ନିକଟରେ ସେ ଦିଲ୍ଲୀରେ ଥିବା ଏକ ମଲ୍ଟିପ୍ଲେକ୍ସରେ ପହଞ୍ଚି ଅୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଆର୍ଟିକଲ -୧୫’ ଦେଖିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ରାହୁଲଙ୍କୁ ସିନେମା ହଲରେ ବସିଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଶେୟାର ହେବାର କିଛି ସମୟ ମଧ୍ୟରେ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହାକୁ ଦେଖିସାରିଲେଣି। ତେବେ ଏହା ରାହୁଲଙ୍କ ପିଲାଳିଆମି ବୋଲି ଆଲୋଚନା ହେଉଛି।