ମୁମ୍ବାଇ,୮।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଶୁକ୍ରବାର ଅପରାହ୍ନରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ତାଙ୍କର ଇସ୍ତଫା ପତ୍ର ପଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଗୋଟିଏ ପଟେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ୫୦-୫୦ ଫର୍ମୁଲାକୁ ନେଇ ଗଣିତ ଛିଡୁ ନ ଥିବା ବେଳେ ଏବେ ଶିବସେନା ମେଣ୍ଟ ଭାଙ୍ଗିବାକୁ ପ୍ରସ୍ତୁତ ହେଲାଣି। ସେପଟେ ଏନ୍ସିପି ବିରୋଧୀ ଆନରେ ବସିବ ବୋଲି ସଫାସଫା କହିଦେବା ପରେ କଂଗ୍ରେସ ବାହାରୁ ଶିବସେନାକୁ ସହଯୋଗ କରିବ ବୋଲି କହିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆଉ ୨ ଦିନ ଥିବା ବେଳେ ଏବେ ପୁଣିଥରେ ଏଠି ରାଜନୀତି ହୋଇଛି ସରଗରମ। ଇସ୍ତଫା ଦେବାପରେ ଫଡନବିଶ କହିଛନ୍ତି ୫୦-୫୦ ଫର୍ମୁଲାକୁ ନେଇ କେବେ ବି ଶିବସେନା ସହ କିଛି କଥା ହୋଇ ନାହିଁ।