ଇସ୍ପାତ ଶିଳ୍ପର ଚିନ୍ତନ ଶିବିର କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ: ପୂର୍ବ ଭାରତ ହେବ ଇସ୍ପାତ୍‌ ହବ୍‌: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।।୯(ବ୍ୟୁରୋ): ଭାରତର ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ଆଗାମୀ ଦିନରେ ଦ୍ରୁତଗତିରେ ଅଭିବୃଦ୍ଧି ହେବାକୁ ଯାଉଛି ା ଏହି ପୃଷ୍ଠଭୂମିରେ ଦେଶର ଇସ୍ପାତ ଶିଳ୍ପ ପାଇଁ ଏହା ଏକ ବଡ ସୁଯୋଗ ସୃଷ୍ଟି କରିବ। ସୋମବାର ନୂଆଦିଲ୍ଲୀଠାରେ ଇସ୍ପାତ ଶିଳ୍ପ ପକ୍ଷରୁ ଆୟୋଜିତ ‘ଚିନ୍ତନ ଶିବିର’ କର୍ମଶାଳାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପୂର୍ବ ଭାରତକୁ ଇସ୍ପାତ୍‌ ହବ୍‌ କରିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି। ଧୀରେ ଧୀରେ ବିକାଶ ଓ ଜୀବନଶୈଳୀ ମାମଲାରେ ବଡ ଡିଆଁ ମାରିବାକୁ ଭାରତବାସୀ ପ୍ରସ୍ତୁତ ବୋଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉକ୍ତିକୁ ଉଦ୍ଧୃତ କରିଛନ୍ତି ା ଏହି ପୃଷ୍ଠଭୂମିରେ ଇସ୍ପାତ ଉପତ୍ାଦନ ଦେଶରେ ବଢୁଥିବା ବେଳେ ଆବଶ୍ୟକତା ଆଧାରରେ ଅଧିକ ଆଗକୁ ଯିବ। ଭାରତକୁ ୫ ଟ୍ରିଲିୟନ ୟୁଏସ୍‌ ଡଲାର ଅର୍ଥନୀତି କରିବା ପାଇଁ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବର୍ତ୍ତମାନ ବିଶ୍ୱର ସବୁ କମ୍ପାନୀ ଭାରତ ସହିତ ବ୍ୟବସାୟ କରିବାକୁ ଚାହୁଁଛନ୍ତି ା ଭାରତ ଇସ୍ପାତ କ୍ଷେତ୍ରରେ ବିଶ୍ୱରେ କିପରି ନେତୃତ୍ୱ ନେଇପାରିବ ବର୍ତ୍ତମାନ ବିଚାର କରିବାର ଆବଶ୍ୟକତା ରହିଛି। ଭାରତର ଇସ୍ପାତ୍‌ ଶିଳ୍ପକୁ ମୂଲ୍ୟ କମ୍‌ କରିବା, ନୂଆ ବ୍ୟବସାୟିକ ମଡେଲ ଏବଂ ଅନୁସନ୍ଧାନ ଓ ବିକାଶରେ କାର୍ଯ୍ୟ କରିବା ପାଇଁ ସୁନିଶ୍ଚିତ କରିବାକୁ ପଡିବ ା ‘ଭାରତର ପ୍ରାକୃତିକ ସମ୍ବଳରୁ ଜିରୋ ଉପତ୍ାଦନ’ ଦୃଷ୍ଟାନ୍ତ ଉପରେ ସମସ୍ତ ଅଧିକାରୀଙ୍କୁ କାମ କରିବାର ଆବଶ୍ୟକତା ରହିଛି ା ଇସ୍ପାତ ମୂଲ୍ୟ ବୃଦ୍ଧି ପାଇଁ ସରକାର ସମସ୍ତ ସହଯୋଗ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି। ଏକ ବୃହତ୍‌ ଘରୋଇ ବଜାର ଏବଂ ଗତିଶୀଳ ଅର୍ଥନୀତି ସହିତ ଭାରତର ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ। ବର୍ତ୍ତମାନ ଆରମ୍ଭ ହୋଇଥିବା ଅଭିଯାନ ପରିପ୍ରେକ୍ଷୀରେ ଦେଶରେ ଇସ୍ପାତର ଠିକ୍‌ ବ୍ୟବହାରକୁ ବୃଦ୍ଧି କରିବା ଏବଂ ଅଧିକ ମଜଭୁତ୍‌ କରିବା ପାଇଁ ଇସ୍ପାତି ମନୋଭାବ ସହିତ କାମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ା ଭାରତୀୟ ଇସ୍ପାତ ଶିଳ୍ପର ବିକାଶ କରିବାକୁ କେନ୍ଦ୍ର ସରକାର ସହଯୋଗ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share