ଇସ୍ରାଏଲ୍‌ ବୋମାମାଡ଼ରେ ପାଲେଷ୍ଟାଇନ୍‌ ଆତଙ୍କବାଦୀ ମୁଖ୍ୟ ବାହା ଅବୁ ନିହତ

ଗାଜା,୧୩।୧୧: ଇସ୍ରାଏଲ୍‌ ବୋମାମାଡ଼ରେ ପାଲେଷ୍ଟାଇନ୍‌ ଆତଙ୍କବାଦୀ ମୁଖ୍ୟ ବାହା ଅବୁ ଅଲ୍‌-ଅଟ୍ଟା ନିହତ ହୋଇଛନ୍ତି। ଗାଜା ଅଞ୍ଚଳରେ ଇସ୍ରାଏଲ୍‌ ମିଳିତ ସୈନ୍ୟ ବାହିନୀ ପକ୍ଷରୁ ପ୍ରବଳ ବୋମାମାଡ଼ କରାଯାଇଥିଲା। ବୋମାମାଡ଼ରେ ବାହା ଅବୁ ଏବଂ ତାଙ୍କ ସ୍ତ୍ରୀଙ୍କ ସହିତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

Share