Categories: ଜାତୀୟ

ଇସ୍ରୋ ଅଧ୍ୟକ୍ଷଙ୍କ ନାମରେ ଫେକ୍‌ ଆକାଉଣ୍ଟ

ଚେନ୍ନାଇ,୧୦ା୯(ଆଇଏଏନ୍‌ଏସ୍‌): ସୋସିଆଲ ମିଡିଆରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କର କୌଣସି ବ୍ୟକ୍ତିଗତ ଆକାଉଣ୍ଟ ନ ଥିତ୍ବା ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ଅନେକ ସୋସିଆଲ ମିଡିଆରେ ଶିବନଙ୍କ ନାମରେ ଆକାଉଣ୍ଟ କାର୍ଯ୍ୟକ୍ଷମ ହେଉଥିବା ଇସ୍ରୋ ନଜରକୁ ଆସିବା ପରେ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି। ସେଗୁଡ଼ିକ ଫେକ୍‌ ଆକାଉଣ୍ଟ। ଚନ୍ଦ୍ରୟାନ-୨ ସମ୍ପର୍କିତ ଯେକୌଣସି ସୂଚନା କେବଳ ଇସ୍ରୋ ଓ୍ବେବସାଇଟରେ ଘୋଷଣା କରାଯିବ ବୋଲି ଏହାର ଜଣେ ଅଧିକାରୀ କହିଛନ୍ତି।

Share