ଇସ୍ରୋ ପରିଦର୍ଶନ ପାଇଁ ଅବିନାଶ ମନୋନୀତ

କୋରୁକୋଣ୍ଡା, ୧୬।୧୨(ଡ଼ି.ଏନ.ଏ.)- ମାଲକାନଗିରି ଜିଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀର ଛାତ୍ର ଅବିନାଶ ବେହେରା ଇସ୍ରୋ ପରିଦର୍ଶନ ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶାରୁ ମନୋନୀତ ହୋଇଥିବା ୨୦ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅବିନାଶ ଅନ୍ୟତମ। ଗତ ୧୨ ତାରିଖରେ ଟାଟା ଷ୍ଟିଲ ପକ୍ଷରୁ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା ହୋଇଥିଲା। ଏଥିରେ ଅବିନାଶଙ୍କ ପ୍ରକଳ୍ପ ଉଚ୍ଚ ପ୍ରଶଂସିତ ହୋଇଥିଲା। ମାଲକାନଗିରି ଜିଲାରୁ ଅବିନାଶ ଏକମାତ୍ର ଛାତ୍ର ରୂପେ ଇସ୍ରୋକୁ ମନୋନୀତ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି। ଅବିନାଶଙ୍କ ବାପା ଅନୁଭବ ବେହେରା ଜଣେ ଶିକ୍ଷକ। ମାଆ ଜଣେ ଗୃହିଣୀ । ତାଙ୍କର ଏହି ସଫଳତାର ଶ୍ରେୟ ସେ ମାଆବାପା ଓ ବିଦ୍ୟାଳୟର ଗୁରୁମା ଗୁରୁଜୀଙ୍କୁ ଦେଇଛନ୍ତି।