Categories: ଫୁରସତ

ଇ-କାର୍‌ରେ ୩ ବର୍ଷରେ ୩୦ ଦେଶ ବୁଲିଲେ

ନୂଆଦିଲ୍ଲୀ, ୨୧/୭: ହଲାଣ୍ଡର ପରିବେଶ ପ୍ରେମୀ ବାଇବ ବେକର ଇ-କାର୍‌ରେ ୩ ବର୍ଷରେ ୩୦ଟି ଦେଶ ଭ୍ରମଣ କରିବା ପରେ ନ୍ୟୁଜିଲାଣ୍ଡରେ ପହଞ୍ଚତ୍ଛନ୍ତି। ବେକର ମୋଟ୍‌ରେ ୧, ୦୧,୦୦୦ ଲକ୍ଷ କିଲୋମିଟର ଯାତ୍ରା କରିଛନ୍ତି। ୨୦୧୬ରେ ସେ ତାଙ୍କ ଯାତ୍ରା ନେଦରଲାଣ୍ଡରୁ ଆରମ୍ଭ କରିଥିଲେ। ଇ-ଯାନର କ୍ଷମତା ପ୍ରଦର୍ଶନ କରି ଏହାକୁ ଲୋକପ୍ରିୟ କରିବା ଲକ୍ଷ୍ୟରେ ସେ ଏହି ଯାତ୍ରା ଆରମ୍ଭ କରିଥିଲେ। ଏହାଦ୍ୱାରା ଳୋକମାନେ କିଭଳି ଡିଜେଲ କିମ୍ବା ପେଟ୍ରୋଲ ଚାଳିତ ଗାଡିଠାରୁ ଦୂରେଇ ଇ- ଯାନ ବ୍ୟବହାର କରିବେ ଏଭଳି ସନ୍ଦେଶ ଦେବାକୁ ଚାହାନ୍ତି ବୋଲି ବେକର କହିଛନ୍ତି। ବେକର ପୂର୍ବ ୟୁରୋପ, ଇରାନ, ଭାରତ , ପୂର୍ବ ଏସିଆ ଓ ଅଷ୍ଟ୍ରେଲିଆ ଯାତ୍ରା କରି ନ୍ୟୁଜିଲାଣ୍ଡରେ ପହଞ୍ଚତ୍ଛନ୍ତି। ଏହି ଯାତ୍ରା ସମୟରେ ସବୁ ବିବରଣୀ ସେ ତାଙ୍କ ନିଜ ଲୋକଙ୍କୁ ଜଣାଉଥିଲେ।

Share