Categories: ବାଣିଜ୍ୟ

ଇ-ବାଣିଜ୍ୟ କାରବାରରେ ପାଦ ଥାପିବ ବିଓବି

ନୂଆଦିଲ୍ଲୀ,୧୨।୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ଇ-ବାଣିଜ୍ୟ କାରବାରରେ ପାଦ ଥାପିବାକୁ ଯାଉଛି। ଏହା ଅନ୍‌ଲାଇନ ବଜାର ମଞ୍ଚରୁ ବ୍ୟାଙ୍କ ସେବା ତଥା କୃଷି ସମ୍ପର୍କିତ ଉତ୍ପାଦ ଉପସ୍ଥାପନ କରିବ। ବ୍ୟାଙ୍କ ପକ୍ଷରୁ କ୍ୟାଟାଲଗ୍‌ ତଥା କ୍ରୟ ମ୍ୟାନେଜମେଣ୍ଟ, ମୂଲ୍ୟ ନିର୍ଦ୍ଧାରଣ, ପ୍ରଚାର-ପ୍ରସାର ତଥା ଏହାସହିତ ଜଡ଼ିତ ସେବା ଲାଗି ସହାୟତା ପ୍ରଦାନ କରିବା ସହ ଡିଜିଟାଲ ବାଣିଜ୍ୟ ପ୍ରଦାନରେ ସହଯୋଗ ଲାଗି ଇଚ୍ଛୁକ ସଂସ୍ଥାଠାରୁ ବିଡ୍‌ ଆହ୍ବାନ କରାଯିବ।

Share