ଇ-ବ୍ୟବସ୍ଥାରେ ୫ଟି ବାଟାଲିଅନ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ଏଣିକି ରାଜ୍ୟର ୫ଟି ବାଟାଲିଅନ ଇ-ବ୍ୟବସ୍ଥାରେ ରହିବ। ସେଗୁଡ଼ିକ ହେଲା କଟକ, ଢେଙ୍କାନାଳ, ଖୋର୍ଦ୍ଧା, ମାଲକାନଗିରି ଓ ରାଉରକେଲା । ଅତ୍ୟାଧୁନିକ ଟେକ୍‌ନୋଲୋଜି ଦ୍ୱାରା ୫ଟି ବାଟାଲିଅନକୁ ଅପଗ୍ରେଡ୍‌ କରାଯିବ। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ବାଟାଲିଅନରେ ଇ-ବ୍ୟବସ୍ଥା ପ୍ରଚଳିତ ହେବ। ଭୁବନେଶ୍ୱର ପୋଲିସ ଭବନରେ ଅନୁଷ୍ଠିତ କମାଣ୍ଡାଣ୍ଟ ସମ୍ମିଳନୀରେ ଡିଜିପି ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଡିଜିପି ଶର୍ମା ୪ ପ୍ରକାର ବାଟାଲିଅନର ସ୍ବତନ୍ତ୍ର ଲୋଗୋ ଉନ୍ମୋଚନ କରିଛନ୍ତି।

Share