ଇ-ରିକ୍ସା ଚାଳକଙ୍କୁ ମିଳିବ ୫୦୦୦ ଟଙ୍କା କରୋନା ସହାୟତା

ନୂଆଦିଲ୍ଲୀ,୪।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ବହୁ ଲୋକ କାମଧନ୍ଦା ଅଭାବରୁ ଅସୁବିଧାରେ ପଡ଼ିଛନ୍ତି। ଦିଲ୍ଲୀରେ ପରିବହନ ସେବା ବନ୍ଦ ଥିବାରୁ ଇ-ରିକ୍ସା ଚାଳକଙ୍କ ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଇ-ରିକ୍ସା ଚାଳକଙ୍କ ଲାଗି ୫୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଯେଉଁ ଇ-ରିକ୍ସା ଚାଳକଙ୍କର ପବ୍ଲିକ୍‌ ସର୍ଭିସ୍‌ ଭେହିକିଲ୍‌(ପିଏସ୍‌ଭି) ବ୍ୟାଚ୍‌ ନ ଥିବ ସେମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ଏନେଇ କେଜରିଓ୍ବାଲ ଟୁଇଟ୍‌ କରି ସୋମବାର ସୂଚନା ଦେଇଛନ୍ତି।

Share