Categories: ଜାତୀୟ

ଇ-ସିଗାରେଟ୍‌ ନିଷିଦ୍ଧ ବିଲ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ଇ-ସିଗାରେଟ୍‌ ନିଷିଦ୍ଧ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଫେଶନ ନାଁରେ କମ୍ପାନୀଗୁଡ଼ିକ ପ୍ରୋତ୍ସାହିତ କରୁଥିବା ନୂଆ ନିଶାଠାରୁ ଯୁବପିଢ଼ିଙ୍କୁ ସୁରକ୍ଷା ପାଇଁ ଏଭଳି ଆଇନର ଜରୁରୀ ଆବଶ୍ୟକତା ଥିବା ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଇ-ସିଗାରେଟ (ଉତ୍ପାଦନ, ଆମଦାନୀ, ରପ୍ତାନି, ପରିବହନ, ବିକ୍ରି, ବିତରଣ, ଗଚ୍ଛିତ ରଖିବା ଏବଂ ବିଜ୍ଞାପନ) ନିଷିଦ୍ଧ ବିଲ୍‌, ୨୦୧୯ ଆଇନରେ ପରିଣତ ହେଲେ ଗତ ସେପ୍ଟେମ୍ବରରେ ଜାରି ହୋଇଥିବା ଅଧ୍ୟାଦେଶ ସ୍ଥାନରେ କାର୍ଯ୍ୟକାରୀ ହେବ। ବିରୋଧୀ ସଦସ୍ୟମାନେ ଅଧ୍ୟାଦେଶ ବିରୋଧରେ ଆଣିଥିବା ବୈଧାନିକ ସଂକଳ୍ପ ବାଚନିକ ଭୋଟରେ ଖାରଜ ହୋଇଯାଇଥିଲା। ସେହିପରି ବିପକ୍ଷ ସଦସ୍ୟମାନଙ୍କ ବିଭିନ୍ନ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଗୃହ ଖାରଜ କରିଦେଇଛି।

Share