Categories: ଜାତୀୟ

ଇ-ସିଗାରେଟ ନିଷିଦ୍ଧ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୩ା୧୨(ଆଇଏଏନ୍‌ଏସ୍‌): ଇଲେକ୍ଟ୍ରୋନିକ୍‌ ସିଗାରେଟ (ଇ-ସିଗାରେଟ) ଉତ୍ପାଦନ ଓ ବିକ୍ରି ନିଷିଦ୍ଧ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହୋଇଯାଇଛି। ପୂର୍ବରୁ ଏହା ଲୋକ ସଭାରେ ଗୃହୀତ ହୋଇଥିବାବେଳେ ସୋମବାର ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ଏହା ଆଇନରେ ପରିଣତ ହେଲେ ସେପ୍ଟେମ୍ବରରୁ ଲାଗୁ ହୋଇଥିବା ଅଧ୍ୟାଦେଶ ସ୍ଥାନରେ କାର୍ଯ୍ୟକାରୀ ହେବ। ଯୁବପିଢ଼ିଙ୍କ ସ୍ବାର୍ଥ ପାଇଁ ବିଲ୍‌କୁ ଦଳମତ ନିର୍ବିଶେଷରେ ସମର୍ଥନ ଲାଗି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅନୁରୋଧ କରିଥିଲେ।

Share