ନୂଆଦିଲ୍ଲୀ,୧-୧୦: ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଇ-ସିଗାରେଟ ସମେତ ଇ-ହୁକା ଏବଂ ଏଭଳି ଅନ୍ୟ ଡିଭାଇସଗୁଡିକର ରପ୍ତାନିକୁ ସୋମବାର ନିଷେଧ କରାଯାଇଛି। ଚଳିତ ମାସ ୧୮ରେ ସରକାର ଅଧ୍ୟାଦେଶ ଦ୍ୱାରା ଇ-ସିଗାରେଟର ଉତ୍ପାଦନ, ରପ୍ତାନି, ବିତରଣ ଏବଂ ବିକ୍ରିକୁ ନିଷେଧ କରିଥିବା ବେଳେ ଏହାର ଅନୁପାଳନ ଲାଗି ବର୍ତ୍ତମାନ ବିଜ୍ଞପ୍ତି ଜାରି କରାଯାଇଛି। ସବୁ ବର୍ଗର ଇଲେକଟ୍ରୋନିକ୍ସ ନିକୋଟିନ ଡେଲିଭରି ସିଷ୍ଟମ, ହିଟ୍ ନଟ୍ ବର୍ନ ପ୍ରଡକ୍ଟ, ଯେକୌଣସି ନାମ, ଆକାର ଆସୁଥିବା ଇ-ହୁକା ଭଳି ଡିଭାଇସ ନିଷେଧ କରାଯାଇଥିବା ବିଦେଶୀ ବାଣିଜ୍ୟ ମହାନିର୍ଦ୍ଦେଶାଳୟ(ଡିଜିଏଫ୍ଟି) ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ଏହି କ୍ଷେତ୍ରରେ ନିୟମ ଉଲ୍ଲଂଘନ କଲେ ପ୍ରାଥମିକ ଭାବେ ୧ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। ସେହିଭଳି ପୁନର୍ବାର ଏପରିକଲେ ୩ ବର୍ଷ ଜେଲ ବା ୫ ଲକ୍ଷ ଜରିମାନା କିମ୍ବା ଉଭୟ ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ରହିଛି। ସେହିଭଳି ଇ-ସିଗାରେଟ ରଖିବାକୁ ମଧ୍ୟ ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରାଯାଉଛି। ଏକ୍ଷେତ୍ରରେ ୬ ମାସ ଜେଲ ଏବଂ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।